ଅଙ୍ଗନୱାଡ଼ିର ରୋଷେଇ ଘରେ ଫାଟିଲା ଗ୍ୟାସ୍ ଟାଙ୍କି, ବର୍ତ୍ତିଗଲେ ୨୦ ଛାତ୍ରଛାତ୍ରୀ

ମାହାଙ୍ଗା(କେନ୍ୟୁଜ୍): ଅଙ୍ଗନୱାଡ଼ିର ରୋଷେଇ ଘରେ ଫାଟିଲା ଗ୍ୟାସ୍ ଟାଙ୍କି। ଏଭଳି ଏକ ଅଘଟଣ ଘଟିଛି କଟକ ଜିଲ୍ଲା ମାହାଙ୍ଗା ବ୍ଲକ ଲଳିତଗିରି ଅଙ୍ଗନୱାଡ଼ି କେନ୍ଦ୍ର ୨ର ରୋଷେଇ ଘରେ । ସୂଚନା ମୁତାବକ, ଅଙ୍ଗନୱାଡ଼ିର ରୋଷେଇ ଘରେ ହଠାତ୍ ଗ୍ୟାସ୍ ଟାଙ୍କି ଫାଟି ନିଆଁ ଲାଗିଯାଇଥିଲା। ତେବେ ସୌଭାଗ୍ଯ ବଶତଃ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ୨୦ଜଣ ଛାତ୍ର ଛାତ୍ରୀ।

ଏହି କେନ୍ଦ୍ରର ସହାୟିକା ରୋଷେଇ ଘରୁ ବାହାରେ ବସି ସିଝା ଅଣ୍ଡା ଛଡାଉଥିବା ବେଳେ ହଠାତ୍ ଗ୍ୟାସ୍ ଟାଙ୍କି ମଝିରୁ ଫାଟି ନିଆଁ ଲାଗିଯାଇଥିଲା। ଏଥିରେ ରୋଷେଇ ଘରେ ଥିବା ବିଭିନ୍ନ ସାମଗ୍ରୀ ପୋଡି ଯାଇଥିବା ବେଳେ, ଛାତ୍ରଛାତ୍ରୀ ମାନଙ୍କୁ ସୁରକ୍ଷିତ ଭାବେ ବାହାରକୁ ବାହାରି ଆସିଥିଲେ। ଏହାପରେ ସ୍ଥାନୀୟ ଲୋକେ ନିଆଁ କୁ ଆୟତ୍ତ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.