ସ୍କୁଲରେ ବୁଲୁଛି ଭୂତ, ଭୟରେ ଛାତ୍ରଛାତ୍ରୀ

ସ୍କୁଲରେ ଭୂତ ଆତଙ୍କ । ଭୟରେ ଛାତ୍ରଛାତ୍ରୀ । କ୍ଲାସରୁମରେ ପାଠ ପଢୁଥିବା ବେଳେ ହଠାତ୍ କାନ୍ଦି ଉଠୁଛନ୍ତି । ପାଠପଢା ଛାଡି ସ୍କୁଲ ପରିସରରେ ଥିବା ବରଗଛ ମୂଳକୁ ଛୋଟେଇ ଛୋଟେଇ ଚାଲି ଯାଉଛନ୍ତି । ଏଭଳି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଅଢୁଆଁ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ।

ବାସୁଦେବପୁର (କେନ୍ୟୁଜ): ସ୍କୁଲରେ ଭୂତ ଆତଙ୍କ । ଭୟରେ ଛାତ୍ରଛାତ୍ରୀ । କ୍ଲାସରୁମରେ ପାଠ ପଢୁଥିବା ବେଳେ ହଠାତ୍ କାନ୍ଦି ଉଠୁଛନ୍ତି । ପାଠପଢା ଛାଡି ସ୍କୁଲ ପରିସରରେ ଥିବା ବରଗଛ ମୂଳକୁ ଛୋଟେଇ ଛୋଟେଇ ଚାଲି ଯାଉଛନ୍ତି । ଏଭଳି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଅଢୁଆଁ ସରକାରୀ ପ୍ରାଥମିକ ବିଦ୍ୟାଳୟରେ । ସ୍କୁଲରେ ପ୍ରଥମରୁ ଅଷ୍ଟମ ଯାଏ ମୋଟ ୪ଶହ ପିଲା ପାଠ ପଢନ୍ତି ।

ତେବେ ଗତ ଏକ ମାସ ହେବ ବିଦ୍ୟାଳୟର ଷଷ୍ଠ ଶ୍ରେଣୀର ପିଲା ପାଠ ପଢୁଥିବା ବେଳେ ହଠାତ୍ କାନ୍ଦୁଛନ୍ତି । ପରେ କ୍ଲାସ ଛାଡି ପାଖରେ ଥିବା ବରଗଛ ମୂଳକୁ ଚାଲିଯାଇ ଅଚେତ ହୋଇ ପଡୁଥିବା ଘଟଣା ସାମ୍ନାକୁ ଆସିଛି । ଏନେଇ ବିଦ୍ୟାଳୟ କମିଟି ଓ ଉପରିସ୍ଥ ଅଧିକାରୀଙ୍କୁ ଜଣାଯାଇଛି । ଘଟଣା ନେଇ ଗାଁରେ ଆତଙ୍କ ଖେଳିଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.