Below header

ପାରିବାରିକ କଳହର କରୁଣ ପରିଣତି, ମା’ ସହ ଝଗଡା ପରେ ବିଷ ପିଇ ଜୀବନ ହାରିଲା ଝିଅ

ପାରିବାରିକ କଳହର କରୁଣ ପରିସ୍ଥିତି। ମା ଝିଅଙ୍କ ମଧ୍ୟରେ ଝଗଡା ପରେ ବିଷ ପିଇ ଜୀବନ ହାରିଲା ଝିଅ। ଭଦ୍ରକ ଜିଲ୍ଲା ଧୂଷୁରୀ ଥାନା ନଦୀ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା।

ଭଦ୍ରକ (କେନ୍ୟୁଜ): ପାରିବାରିକ କଳହର କରୁଣ ପରିସ୍ଥିତି। ମା ଝିଅଙ୍କ ମଧ୍ୟରେ ଝଗଡା ପରେ ବିଷ ପିଇ ଆତ୍ମହତ୍ୟା କଲା ଝିଅ। ଭଦ୍ରକ ଜିଲ୍ଲା ଧୂଷୁରୀ ଥାନା ନଦୀ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା।

ଗତକାଲି ନଦୀଗାଁର ସହଦେଵ ଦାସଙ୍କ ସ୍ତ୍ରୀ ଓ ଝିଅ ମଧ୍ୟରେ ପାରିବାରିକ ଘଟଣାକୁ ନେଇ ଝଗଡା ହୋଇଥିଲା। ଏଥିରେ ମାନସିକ ଭାରସାମ୍ୟ ହରାଇ ସହଦେବଙ୍କ ଝିଅ ସୁକାନ୍ତି ବିଷ ପାନ କରି ଦେଇଥିଲେ। ଫଳରେ ପରିବାର ଲୋକ ମାନେ ତାଙ୍କୁ ତୁରନ୍ତ ଭଦ୍ରକ ଜିଲ୍ଲା ହସ୍ପିଟାଲ ଆଣିଥିଲେ। ହେଲେ ଆଜି ସକାଳେ ସମ୍ପୃକ୍ତ ଯୁବତୀଙ୍କ ମୃତ୍ୟୁ ହୋଇଛି। ଏହି ଘଟଣାରେ ସମ୍ପୃକ୍ତ ଅଂଚଳରେ ଶୋକର ଛାୟା ଖେଳି ଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.