ପୋଖରୀରେ ବାସନ ମାଜୁଥିବା ବେଳେ ମହିଳାଙ୍କୁ ଟାଣି ନେଇଥିଲା କୁମ୍ଭୀର, ମିଳିଲା କ୍ଷତବିକ୍ଷତ ମୃତଦେହ

ପୋଖରୀରେ ବାସନ ମାଜୁଥିବା ବେଳେ ଟାଣିନେଲା କୁମ୍ଭୀର । ବହୁ ସମୟ ଖୋଜାଖୋଜି ପରେ ମିଳିଲା ମହିଳାଙ୍କ କ୍ଷତବିକ୍ଷତ ମୃତଦେହ । କେନ୍ଦ୍ରାପଡା ରାଜନଗର ହାତିଆଗଡି ଗାଁରେ ଅଭାବନୀୟ ଘଟଣା । ମହିଳା ପୋଖରୀରେ ବାସନ ମାଜୁଥିବା ବେଳେ ତାଙ୍କୁ ଟାଣି ନେଇଥିଲା କୁମ୍ଭୀର। ମହିଳା ଜଣଙ୍କ ହାତିଆଗଡି ଗାଁର ସୀତାରାଣୀ ଦାସ ।

କେନ୍ଦ୍ରାପଡ଼ା(କେନ୍ୟୁଜ୍): ପୋଖରୀରେ ବାସନ ମାଜୁଥିବା ବେଳେ ଟାଣିନେଲା କୁମ୍ଭୀର । ବହୁ ସମୟ ଖୋଜାଖୋଜି ପରେ ମିଳିଲା ମହିଳାଙ୍କ କ୍ଷତବିକ୍ଷତ ମୃତଦେହ । କେନ୍ଦ୍ରାପଡା ରାଜନଗର ହାତିଆଗଡି ଗାଁରେ ଅଭାବନୀୟ ଘଟଣା । ମହିଳା ପୋଖରୀରେ ବାସନ ମାଜୁଥିବା ବେଳେ ତାଙ୍କୁ ଟାଣି ନେଇଥିଲା କୁମ୍ଭୀର । ମହିଳା ଜଣଙ୍କ ହାତିଆଗଡି ଗାଁର ସୀତାରାଣୀ ଦାସ । ଦଳ ଭର୍ତ୍ତି ପାଣିରୁ ମିଳିଲା ମହିଳାଙ୍କ କ୍ଷତ ବିକ୍ଷତ ମୃତଦେହ । ଦିନ ପ୍ରାୟ ଦୁଇଟା ବେଳେ ସୀତାରାଣୀ ଦାସ ତାଙ୍କ ବାଡ଼ି ପଛପଟ ପୋଖରୀ ତୁଠରେ ବାସନ ମାଜୁଥିଲେ ।

ଏହି ସମୟରେ ଏକ କୁମ୍ଭୀର ତାଙ୍କୁ ଟାଣି ନେଇଥିଲା । ଟାଣିନେଇ ଚଡଦିଆ କେନାଲ ମଧ୍ୟରେ ରଖିଥିଲା । ଘଟଣା ସ୍ଥଳରେ ରାଜନଗର ବନବିଭାଗ ଓ ଅଗ୍ନିଶମ ବାହିନୀ ପହଞ୍ଚି ଜେସିବି ସାହାଯ୍ୟରେ କେନାଲରୁ ଦଳ ସଫା କରି ମହିଳାଙ୍କ ମୃତଦେହ ଉଦ୍ଧାର କରିଛି । କୁମ୍ଭୀର ମହିଳାଙ୍କୁ ଟାଣି ନେବା ଘଟଣାରେ ସ୍ଥାନୀୟ ଲୋକମାନେ ରାଜନଗର ଭିତରକନିକା ରାସ୍ତା ହାତିଆଗଡି ନିକଟରେ ଟାୟାର ଜାଳି ରାସ୍ତାରୋକ କରିଥିଲେ । ପରେ ତହସିଲଦାର ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ । ସପ୍ତାହେ ଭିତରେ ଗଲାଣି ଦୁଇ ଜଣଙ୍କ ଜୀବନ । ପୂର୍ବରୁ ଗତ ୧୪ ତାରିଖରେ ପଟ୍ଟାମୁଣ୍ଡାଇର ନିମପୁର ଗାଁରେ ଶୌଚ ହେବାକୁ ଯାଇଥିବା ବେଳେ ଜଣେ ନାବାଳକକୁ ଟାଣିନେଇଥିଲା କୁମ୍ଭୀର ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.