କରଞ୍ଜିଆ ବନଖଣ୍ଡରେ ୩୩ଟି ହାତୀଙ୍କ ଉତ୍ପାତ, ଜନଜୀବନ ଅସ୍ତବ୍ୟସ୍ତ

କରଞ୍ଜିଆ(କେନ୍ୟୁଜ୍‌) :  କରଞ୍ଜିଆ ବନଖଣ୍ଡ ଅଞ୍ଚଳରେ ହାତୀ ମାତିଛନ୍ତି । କେତେବେଳେ ଧାନ ତଳି, ପନିପରିବା ନଷ୍ଟ କରୁଛନ୍ତି ତ ଆଉ କେତେ ବେଳେ ଘର ଭାଙ୍ଗୁଛନ୍ତି ଏହି ହାତୀପଲ । ଏହି ହାତୀ ପଲରେ ୩୩ ଟି ହାତୀ ଥିବା ଜଣାଯାଇଛି । ଏବେ କରଞ୍ଜିଆ ଉପଖଣ୍ଡ ରେ ମୁଖ୍ୟ ସମସ୍ୟା ଭାବରେ ଦେଖା ଦେଇଛି ହାତୀ ଉପଦ୍ରବ।

ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡକୁ ବର୍ଷର ଅନେକ ସମୟରେ ଝାରଖଣ୍ଡ ରାଜ୍ୟ ଏବଂ ପଡିଶା ଜିଲ୍ଲା କେନ୍ଦୁଝର ପଟୁ ହାତୀ ଆସିଥାନ୍ତି। କେତେବେଳେ ଘର ନଷ୍ଟ କରୁଛନ୍ତି ତ ଆଉ କେତେବେଳେ ଜୀବନ ନେଉଛନ୍ତି ଏହି ହାତୀପଲ। କିଛି ଦିନ ହେବ କରଞ୍ଜିଆ ବନଖଣ୍ଡ ଅଞ୍ଚଳରେ ଥମିବାର ନା ଧରୁନି ହାତୀ ଉପଦ୍ରବ । ଗତ ପାଞ୍ଚ ଦିନ ପୂର୍ବରୁ କେନ୍ଦୁଝର ଜିଲ୍ଲା ଚମ୍ପୁଆ ଅଞ୍ଚଳରୁ ଏକ ୧୮ ଟିକିଆ ହାତୀପଲ କରଞ୍ଜିଆ ବନଖଣ୍ଡ ଅଞ୍ଚଳରେ ଉତ୍ପାତ ଆରମ୍ଭ କରିଥିବା ବେଳେ ଗତକାଲି ବିଳମ୍ବିତ ରାତିରେ ଆଉ ଏକ ୬ଟିକିଆ ହାତୀପଲ କରଞ୍ଜିଆ ରେଞ୍ଜକୁ ପ୍ରବେଶ କରିଛନ୍ତି ।

elephant destruction.

ଏବେ ମୋଟ ୩୩ ଟି ହାତୀ ଉପଦ୍ରବ କରୁଛନ୍ତି । ତେବେ ଗତ ପାଞ୍ଚ ଦିନ ହବ କରଞ୍ଜିଆ ରେଞ୍ଜର ମହୁଲିଆସୁଳି,ରାଉତାଲିପାଟ,ହଳଦିଆ, କାଶିଆପୋଖରିଆ,ଶିରମଣିପୁର,ଘରମାବେଡା, ସୁନାପୋଷି ଅଞ୍ଚଳରେ ହାତୀ ଉପଦ୍ରବ ଜାରି ରହିଛି ।

ଯାହା ଫଳରେ ଉଭୟ ଗାଁର ଲୋକେ ଏବେ ଆତଙ୍କିତ ଅବସ୍ଥାରେ ରହୁଛନ୍ତି । ହାତୀମାନେ ଭାଗ ଭାଗ ହଇ ରହୁଥିବାରୁ ହାତୀ ଘୋଉଡେଇବା ପାଇଁ ନାକେ ଦମ ହେଲାଣି ବନବିଭାଗ । ତେବେ ଗତକାଲି ବିଳମ୍ବିତ ରାତିରେ ମହୁଲିଆସୁଳି ଗ୍ରାମରେ ୩ ଟି ଘର ପଣସି ଗ୍ରାମରେ ଦୁଇଟି ଏବଂ କାଶୀପାଳ ଗ୍ରାମରେ ଗୋଟିଏ ଘର ହାତୀ ଭାଙ୍ଗିଥିବା ବନବିଭାଗ ପକ୍ଷରୁ ସୂଚନା ମିଳିଛି ।

elephant destruction

ଆଜି ପନିଷି ଗାଁରେ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଲା । ହାତୀ ପଲ ଘର ସହିତ ରୋଷେଇ ଘରର ସାମଗ୍ରୀ , ବାଇକ, ସାଇକେଲ ସହିତ ଅନେକ ମୂଲ୍ୟବାନ ସାମଗ୍ରୀ ନଷ୍ଟ କରିଛନ୍ତି ।

 

Leave A Reply

Your email address will not be published.