Below header

ରାମଚଣ୍ଡୀ ସମୁଦ୍ର କୂଳରେ ଲାଗିଲା ଆଉ ଏକ ବିଶାଳ ‘ବଏ’

ଅସ୍ତରଙ୍ଗ (କେନ୍ୟୁଜ) : ଅସ୍ତରଙ୍ଗ ବ୍ଲକ ତଣ୍ଡାହର ସମୁଦ୍ରକୂଳରେ ଗତ ମାସରେ ଠାବ ହୋଇଥିବା ଏକ ‘ବଏ’ ଉଦ୍ଧାର ହୋଇନଥିବା ବେଳେ ପୁଣି ଆଉ ଏକ ବିଶାଳ ‘ବଏ’ କୁଶଭଦ୍ରା ମୁହାଣ ଠାରୁ ୬ କି.ମି ଦୂର କୂଳରେ ଲାଗିଥିବା ଦେଖିବାକୁ ମିଳିଛି। ଏହି ‘ବଏ’ ସମୁଦ୍ରରୁ ଜାହାଜ ଗୁଡିକୁ ସିଗ୍ନାଲ ଦେଇ ଟ୍ରାଫିକ ନିୟନ୍ତ୍ରଣ କରିଥାଏ। ରିପୋର୍ଟ ଅନୁଯାୟୀ ଦୁଇ ମାସ ମଧ୍ୟରେ ଏହି ଉପକୂଳରେ ଆଉ ଏକ ‘ବଏ’ ମିଳିବା ଘଟଣା ସମ୍ପର୍କରେ ସ୍ଥାନୀୟ ଲୋକ ଖବର ଦେଇଛନ୍ତି କିନ୍ତୁ ପ୍ରଶାସନିକ ସ୍ତରରେ ଏହି ଘଟଣାର ତଦନ୍ତ କରାଯାଇନଥିବା ଜଣାପଡିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.