ଚିନ୍ତା ବଢାଉଛନ୍ତି କୋଲକାତା ଫେରନ୍ତା, ସାଇକେଲ ଯୋଗେ ଆସିଥିବା ୩ କୋଲକାତା ଫେରନ୍ତାଙ୍କୁ ପଞ୍ଚାୟତ ଅଣସର ଘରେ ରଖିଲା ପ୍ରଶାସନ

କାକଟପୁର : ରାଜ୍ୟରେ ଚିନ୍ତାବଢାଉଛନ୍ତି କୋଲକାତା ଫେରନ୍ତା । ଗତ ତିନିଦିନ ମଧ୍ୟରେ ରାଜ୍ୟରେ ଚିହ୍ନଟ ହୋଇଥିବା ପଜେଟିଭଙ୍କ ମଧ୍ୟରୁ ଅଧିକାଂଶଙ୍କ ଟ୍ରାଭେଲ ହିଷ୍ଟ୍ରିରୁ ଜାଣିବାକୁମିଳୁଛି ଯେ ସେମାନଙ୍କ ପଛରେ କୋଲକାତା ଲିଙ୍କ। ଏହାକୁ ନଜରରେ ରଖି ରାଜ୍ୟସରକାର କୋଲକାତା ଫେରନ୍ତାଙ୍କ ଉପରେ କଡାନଜର ରଖିବା ସହିତ ପାଞ୍ଚାୟତ ସ୍ତରରୁ ଆରମ୍ଭ ହୋଇଛି ତନାଘନା । ଏହିସମୟରେ ପଶ୍ଚିମବଙ୍ଗର ମେଦିନପୁରର ଦିଘା ଅଞ୍ଚଳରୁ ଅସ୍ତରଙ୍ଗ ଅଞ୍ଚଳର ୩ ଜଣ ଲୋକ ସାଇକେଲ ଯୋଗେ ଅସ୍ତରଙ୍ଗର ନଇଗୁଆ ଗ୍ରାମରେ ପହଞ୍ଚିଛନ୍ତି ।

ଗ୍ରାମରେ ପହଞ୍ଚିବାପରେ ନିଜନିଜ ଘରକୁ ଯାଉଥିବା ବେଳେ ଅସ୍ତରଙ୍ଗ ବ୍ଲକ ପ୍ରଶାସନ ସେଠାରେ ପହଞ୍ଚି ପାଞ୍ଚାୟତ ଅଣସର ଘରେ ରଖିଛି। ପାଞ୍ଚାୟତ ଅଣସର ଘରେ ରହିବା ପରେ ସେମାନଙ୍କୁ ପ୍ରଶାସନ ପକ୍ଷରୁ କୌଣସି ଖାଦ୍ୟପେୟ ବେବସ୍ତା କରାଯାଇ ନାହିଁ । ଯାହାଫଳରେ ସେମାନଙ୍କ ଘରୁ ପରିବାର ଲୋକମାନେ ଦିନକୁ ତିନି ବେଳା ଖାଦ୍ୟ ଆଣି ଦେଉଛନ୍ତି । ଏ ଘଟଣା ଜଣାପଡିବା ପରେ ଅସ୍ତରଙ୍ଗ ଅଞ୍ଚଳରେ ଆତଙ୍କର ବାତାବରଣ ସୃଷ୍ଟି ହୋଇଛି।

ସେପଟେ ଗତ ୮ଦିନ ଭିତରେ ଅସ୍ତରଙ୍ଗ ଅଞ୍ଚଳରେ ଅନେକ ଗୁଡିଏ କଲିକତା ଫେରନ୍ତାଙ୍କ ପ୍ରବେଶ ହୋଇଥିବା ଅସ୍ତରଙ୍ଗ ସ୍ୱାସ୍ଥ୍ୟକେନ୍ଦ୍ର ରେଜିଷ୍ଟରରୁ ଜାଣିବାକୁ ମିଳିଛି । ଏହି କଲିକତା ଫେରନ୍ତ।ଙ୍କୁ ଠାବ କରିବାପାଇଁ ଘରଘର ବୁଲି ଖୋଜୁଛନ୍ତି ଅସ୍ତରଙ୍ଗ ସ୍ୱାସ୍ଥ୍ୟ କର୍ମୀ। ମିଳିଥିବା ସୂଚନାରୁ ଜଣାଯାଏ କାକଟପୁର ବ୍ଲକର ୬୭ ଓ ଅସ୍ତରଙ୍ଗ ବ୍ଲକର ୩୦ ଜଣଙ୍କ ସ୍ୱାବ୍‌ ଟେଷ୍ଟ କରାଯାଇଥିବା ବେଳେ ସମସ୍ତଙ୍କର ରିପୋର୍ଟ ନେଗେଟିଭ ଆସିଥିବା ଜଣାପଡିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.