ମୁସଲମାନ ଡେଲିଭରି ବୟ ହାତରୁ ରାସନ ନେଲେନି ପରିବାର, ଜାତି ଚାଲିଯିବ କହି ଫେରାଇ ଦେଲେ

କରୋନା ସ୍ଥିତିରେ ମଧ୍ୟ କିଛି ଲୋକ ନିଜ ଚିନ୍ତାଧାରା ଛାଡ଼ିପାରୁନାହାନ୍ତି। ଏହାର ନଗ୍ନ ଉଦାହରଣ ଦେଖିବାକୁ ମିଳିଛି ମୁମ୍ବାଇରେ। ମୁମ୍ବାଇର ମୀରା ରୋଡ଼ରେ ଡେଲିଭରି ଦେବାକୁ ଯାଇଥିବା ବ୍ୟକ୍ତି ମୁସଲମାନ ହୋଇଥିବାରୁ ଗ୍ରାହକ ତାଙ୍କଠାରୁ ରାସନ ସାମଗ୍ରୀ ରଖିନଥିବା ଅଭିଯୋଗ ହୋଇଛି। ଏହି ଘଟଣାକୁ ସମ୍ପୃକ୍ତ ଡେଲିଭରି ବୟ ନିଜ କ୍ୟାମେରାରେ କଏଦ କରିଥିଲେ। ଭିଡିଓ ଆଧାରରେ ସେ ଏନେଇ ସ୍ଥାନୀୟ ପୋଲିସ ଷ୍ଟେସନରେ ଅଭିଯୋଗ କରିଛନ୍ତି। ସମ୍ପୃକ୍ତ ଗ୍ରାହକଙ୍କ ବିରୋଧରେ ପୋଲିସ ୨୯୫(କ) ଅନୁସାରେ ମାମଲା ରୁଜୁ କରିଛି।

delivery

ପୋଲିସ ସୂଚନା ମୁତାବକ ବରକତ ପଟେଲ ନାମକ ଡେଲିଭରି ବୟ ମୀରାରୋଡ଼ ସ୍ଥିତ ଏକ ଗ୍ରୋସାରି ଦୋକାନରେ କାମ କରନ୍ତି। ସୋମବାର ରାସନ ଡେଲିଭରି ପାଇଁ ଅର୍ଡର ମିଳିବା ପରେ ସେ ସ୍ଥାନୀୟ ଅଞ୍ଚଳରେ ଥିବା ଏକ ବିଲ୍ଡିଂକୁ ଜିନିଷ ଦେବାକୁ ଯାଇଥିଲେ। ପରିବାରର ଜଣେ ୫୧ ବର୍ଷୀୟ ସଦସ୍ୟ ଜିନିଷ ନେବା ପୂର୍ବରୁ ତାଙ୍କୁ ତାଙ୍କ ନାଁ ପଚାରିଥିଲେ।

କିନ୍ତୁ ନାଁ ଶୁଣିବା ପରେ ସେ ତାଙ୍କୁ ଫେରିଯିବାକୁ କହିଥିଲେ। କାରଣ ପଚାରିବାରୁ ବ୍ୟକ୍ତି ଜଣକ କହିଥିଲେ ଯେ ସେ ମୁସଲମାନ ହାତରୁ ଜିନିଷ ନେବେ ନାହିଁ। ବରକତ ଘଟଣା ବେଳର ସମସ୍ତ ଦୃଶ୍ୟକୁ ନିଜ ଫୋନରେ ରେକଡିଂ କରି ଏନେଇ ପୋଲିସରେ ଅଭିଯୋଗ କରିଥିଲେ। ପୋଲିସ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ଜଣାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.