ଖୋର୍ଦ୍ଧା: ଘରଭଡା ଛାଡିଲେ, ଖାଦ୍ୟ ଯୋଗାଇଲେ ମାଲିକାଣି

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ଜଟଣୀ ଅଚଂଳର ଜଣେ ଘର ମାଲିକାଣିଙ୍କ ବଦାନ୍ୟତା କୁ ନେଇ ଏଠାରେ ଚର୍ଚ୍ଚା ବିଷୟ ପାଲଟିଛି । ମାଲିକାଣିଙ୍କ ନାମ ଅମିନା ବେଗମ ସ୍ଥାନୀୟ ରାଜାବଜାର ଅଚଂଳରେ ତାଙ୍କ ୧୫ ଜଣ ଭଡାଟିଆଙ୍କୁ ସେ ତାଙ୍କ ଘରଭଡା ଛାଡ କରିଛନ୍ତି । ସେମାନଙ୍କ ମଧ୍ୟରୁ କିଏ ଫେରିବାଲା ତ ଆଉ କିଏ ଠିକାଦାରଙ୍କ ଅଧୀନରେ ଶ୍ରମିକ ଭାବେ କାର୍ଯ୍ୟ କରୁଛନ୍ତି । ଜଟଣୀ ଅଚଂଳରେ ବର୍ଷ ବର୍ଷ ହେବ ରହିଆସୁଛନ୍ତି । ପ୍ରକୃତରେ ସେମାନଙ୍କ ଘର ଉତରପ୍ରଦେଶ ଅଚଂଳରେ ।

ଲକଡାଉନ ପରଠାରୁ ଗାଁ କୁ ଯାଇପାରିନଥିଲେ । ଆଖ ପାଖ କାମଧନ୍ଦା ନପାଇ ଅସୁବିଧାର ସମ୍ମୁଖୀନ ହେଉଥିଲେ । ଘର ମାଲିକାଣି ଅମିନା ବେଗମ ତାଙ୍କୁ ଗ୍ୟାସ ଓ ଖାଉବା ସାମଗ୍ରୀ ମଧ୍ୟ ଯୋଗାଉଛନ୍ତି । ଭଡାଟିଆ ମାନଙ୍କୁ ଘର ମାଲିକ ଏପରି ସାହାଯ୍ୟ ସହଯୋଗ ଯୋଗାଉଥିବା ଘଟଣା ନିଶ୍ଚିତ ରୂପେ ଖୁବ ବିରଳ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.