କରୋନା ପାଇଁ ବଢ଼ିବନି କେନ୍ଦ୍ର ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା

ନୂଆଦିଲ୍ଲୀ: କରୋନା ପାଇଁ ବଢ଼ିବନି କେନ୍ଦ୍ର ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା । ଏହା ଉପରେ ସ୍ଥଗିତାଦେଶ ଜାରି କରିଛନ୍ତି କେନ୍ଦ୍ର ସରକାର । ୨୦୨୦ ଜାନୁଆରୀ ପହିଲାରୁ ଅତିରିକ୍ତ DA ମିଳିବ ନାହିଁ । ସେହିପରି କେନ୍ଦ୍ର ପେନସନଧାରୀଙ୍କୁ ମଧ୍ୟ ଅତିରିକ୍ତ ମହଙ୍ଗା ଭତ୍ତା ମିଳିବ ନାହିଁ । ୨୦୨୧ ଜୁଲାଇ ପର୍ଯ୍ୟନ୍ତ DAକୁ ସ୍ଥଗିତ ରଖାଯାଇଛି । ଏହାଦ୍ୱାରା ପାଖାପାଖି ୪୯ ଲକ୍ଷରୁ ଅଧିକ କେନ୍ଦ୍ରୀୟ ସରକାରୀ କର୍ମଚାରୀ ଓ ୬୧ ଲକ୍ଷରୁ ଅଧିକ ପେନସନଧାରୀ ପ୍ରଭାବିତ ହେବେ । ବର୍ଷକୁ କେନ୍ଦ୍ର ସରକାର କର୍ମଚାରୀ ଓ ପେନସନଧାରୀଙ୍କର ଦୁଇ ଥର ମହଙ୍ଗା ଭର୍ତ୍ତା ବୃଦ୍ଧି ହୋଇଥାଏ । ବର୍ଦ୍ଧିତ ଡିଏ ଅନୁସାରେ ଦରମା ଓ ପେନସନ ପ୍ରଦାନ କରାଯାଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.