Below header

ବାପାଠୁ ବଳିକି ପୁଅ: ୧୦୦ ରନ୍ କରିବାକୁ ଶିଖର ଧଓ୍ୱନଙ୍କୁ ମାତ୍ର ଗୋଟେ ରନ୍ ଦରକାର ଥିବା ବେଳେ ହେଲେ ଆଉଟ୍, ଦେଖନ୍ତୁ ଭିଡ଼ିଓ

ଟିମ ଇଣ୍ଡିଆର ଓପନିଂ ବ୍ୟାଟ୍ସମ୍ୟାନ ଶିଖର ଧୱନ କରୋନା ଭାଇରସ ପାଇଁ ଲକଡାଉନ ଜାରି ରହିଥିବାରୁ ପରିବାର ସଦସ୍ୟଙ୍କ ସହ ସମୟ ବିତାଉଛନ୍ତି। ଏହି ସମୟରେ ସେ ମଜାଦାର ଭିଡ଼ିଓ ମଧ୍ୟ ସେୟାର କରି ଲୋକମାନଙ୍କୁ ମନୋରଞ୍ଜନ କରୁଛନ୍ତି। ଏହି ଭିଡ଼ିଓରେ ସେ ନିଜ ପୁଅ ସହ ଘରେ କ୍ରିକେଟ ମ୍ୟାଚ ଖେଳୁଥିବାର ନଜର ଆସିଛନ୍ତି। ଏହି ଭିଡ଼ିଓ ଟ୍ୱିଟରରେ ଖୁବ ଲୋକପ୍ରିୟ ହେବାରେ ଲାଗିଛି। ଏହି ଭିଡ଼ିଓରେ ଶିଖର ଧୱନ ପୁଅ ଜୋରାୱର ଧୱନଙ୍କ ସହ ଘରେ ‘କ୍ବାରେଣ୍ଟାଇନ ପ୍ରିମିୟର ଲିଗ’ ମ୍ୟାଚ ଖେଳୁଛନ୍ତି।

ଶିଖର ଧୱନ ଏବଂ ଜୋରାୱରଙ୍କ ମଧ୍ୟରେ ଘରେ କ୍ରିକେଟ ମ୍ୟାଚ ହୋଇଥିଲା, ଏହି ସମୟରେ ଶିଖର ଧୱନ ବ୍ୟାଟିଂ କରୁଥିବାର ନଜର ଆସିବା ବେଳେ ଜୋରାୱର ବୋଲିଂ କରୁଥିଲେ। ଏହି ମ୍ୟାଚରେ ଶିଖର ଧୱନ ଖୁବ ଚୌକା-ଛକ୍କା ମାରିଥିଲେ। ଶେଷରେ ଶିଖର ଧୱନଙ୍କୁ ସତକ କରିବା ପାଇଁ ଏକ ରନର ଆବଶ୍ୟକତା ଥିବା ବେଳେ ଜୋରାୱର ଏକ ସାନଦାର ବୋଲିଂ କରି ଧୱନଙ୍କୁ ୯୯ ରନରେ ଆଉଟ କରିଦେଇଥିଲେ, ଯାହାର ଭିଡ଼ିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.