ଡାକ୍ତରଙ୍କୁ ଆକ୍ରମଣ କଲେ ଏବେ ଭୋଗିବାକୁ ପଡ଼ିବ ୭ ବର୍ଷ ଜେଲ, ଅଧ୍ୟାଦେଶରେ ମୋହର ମାରିଲେ ରାଷ୍ଟ୍ରପତି

ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମୀଙ୍କୁ ଆକ୍ରମଣ କଲେ ଆଉ ନିସ୍ତାର ନାହିଁ। ଡାକ୍ତରଙ୍କୁ ଆକ୍ରମଣ କରୁଥିବା ଲୋକଙ୍କୁ ଏବେ ହେବ ସାତ ବର୍ଷ ଜେଲ। ଏନେଇ ମୋଦି ସରକାରଙ୍କ ତରଫରୁ ଜାରି ହୋଇଥିବା ଅଧ୍ୟାଦେଶ ଉପରେ ମୋହର ମାରିଛନ୍ତି ରାଷ୍ଟ୍ରପତି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହି ଅଧ୍ୟାଦେଶକୁ ମଞ୍ଜୁରୀ ଦେବା ସହ ତୁରନ୍ତ ଲାଗୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

Coronavirus disease 2019

ଏହି ଅଧ୍ୟାଦେଶ ଲାଗୁ ହେବା ପରେ ଡାକ୍ତର ଓ ଅନ୍ୟ ମେଡିକାଲ ଷ୍ଟାଫଙ୍କୁ ମାରପିଟ କଲେ ସର୍ବାଧିକ ୭ ବର୍ଷ ଜେଲ ହେବ। ଏଥିସହ ମୋଟା ଅଙ୍କର ଜରିମାନା ମଧ୍ୟ ଗଣିବାକୁ ପଡ଼ିବ। ସୂଚନାଯୋଗ୍ୟ ଯେ ବାରମ୍ବାର ଡାକ୍ତରଙ୍କ ଉପରେ ମରଣାନ୍ତକ ଆକ୍ରମଣ ହେଉଥିବାରୁ ଇଣ୍ଡିଆନ ମେଡିକାଲ ଆସୋସିଏସନ ଏହାକୁ ବିରୋଧ କରିବା ସହ ସରକାରଙ୍କୁ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ୟ ଦାବି କରିଥିଲା।

Doctors to widen strike demanding improved safety after attack ...

ଏହି କଡ଼ା ଆଇନକୁ ତୁରନ୍ତ ଲାଗୁ କରିବା ପାଇଁ ବୁଧବାର କେନ୍ଦ୍ରୀୟ କ୍ୟାବିନେଟ ଏକ ଅଧ୍ୟାଦେଶକୁ ମଞ୍ଜୁରୀ ପ୍ରଦାନ କରିଥିଲା। ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ମଞ୍ଜୁରୀ ମିଳିବା ପରେ ଏହା ଲାଗୁ ହୋଇଛି। ଅଧ୍ୟାଦେଶ ମାଧ୍ୟମରେ ମହାମାରୀ ଆଇନ ୧୮୯୭ରେ କିଛିଟା ପରିବର୍ତ୍ତନ କରାଯାଇ କଠୋର କାର୍ଯ୍ୟାନୁଷ୍ଠାନ ଯୋଗ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.