ମନ୍ତ୍ରୀସ୍ତରୀୟ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି, ମାସ ଶେଷ ସୁଦ୍ଧା କରାଯିବ ୩ ହଜାରେ କୋଭିଡ଼ ଟେଷ୍ଟ

ଭୁବନେଶ୍ବର : ମନ୍ତ୍ରୀସ୍ତରୀୟ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । ମାସ ଶେଷ ସୁଦ୍ଧା ୩ ହଜାରେ କୋଭିଡ଼ ଟେଷ୍ଟ କରାଯିବ । ଏବେ ଦିନକୁ ୨ ହଜାର ଟେଷ୍ଟ କରାଯାଉଛି । ଆଉ ୧୦୦୦ ଟେଷ୍ଟ ବଢ଼ାଇବାକୁ ନିଷ୍ପତି ହୋଇଛି । ନୂଆ ଚାରି ମେଡିକାଲ କଲେଜରେ ଟେଷ୍ଟ ପାଇଁ ମଧ୍ୟ ପଦକ୍ଷେପ ନିଆଯାଇଛି । ବଲାଙ୍ଗୀର ବାରିପଦା, କୋରାପୁଟ, ବାଲେଶ୍ୱର ମେଡିକାଲ କଲେଜରେ ଟେଷ୍ଟ କରିବା ପାଇଁ ପଦକ୍ଷେପ ନିଆଯିବ । ଓୟୁଏଟିରେ ଟେଷ୍ଟିଂ ଲାବ୍‌ ପ୍ରସ୍ତୁତ କରାଯିବ । ପଞ୍ଚାୟତସ୍ତରରେ ୫ ଜଣିଆ କମିଟି ଗଠନ କରାଯିବ । କମିଟିରେ ପଞ୍ଚାୟତ ସମ୍ପାଦକ, ଶିକ୍ଷକ ଓ ଜିଆରଏସ ରହିବେ । ସଙ୍ଗରୋଧ କେନ୍ଦ୍ରର ଦାୟିତ୍ୱ ଏହି କମିଟି ଉପରେ ନ୍ୟସ୍ତ କରାଯାଇଛି । ଆସନ୍ତାକାଲିଠାରୁ କାର୍ଯ୍ୟକ୍ଷମ ହେବ କୋଭିଡ଼ ଅନଲାଇନ୍‌ ପଞ୍ଜିକରଣ ପୋର୍ଟାଲ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.