ସ୍ୱଚ୍ଛତା କ୍ଷେତ୍ରରେ ଉତ୍ତମ ପ୍ରଦର୍ଶନ କରି ବିଶ୍ୱର ୫୭ତମ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟର ମାନ୍ୟତା ପାଇଲା ଆଇଆଇଟି ଖଡ଼ଗପୁର

ଭାରତୀୟ ପ୍ରଦ୍ୟୋଗିକ ସଂସ୍ଥାନ(ଆଇଆଇଟି), ଖଡ଼ଗପୁର ୱାର୍ଲଡ଼ ୟୁନିଭର୍ସିଟି ତାଲିକାରେ ୫୭ ନମ୍ବର ସ୍ଥାନରେ ରହିଛି। ଉଚ୍ଚକୋଟୀର ଗବେଷଣା କରି ସାରା ବିଶ୍ୱରେ ୫୭ ତମ ସ୍ଥାନ ଗ୍ରହଣ କରିଛି ଆଇଆଇଟି ଖଡ଼ଗପୁର। ରିପୋର୍ଟ ମୁତାବକ ଆଇଆଇଟି ଖଡ଼ଗପୁର SDG6 (ସ୍ୱଚ୍ଛ ଜଳ ଓ ସ୍ୱଚ୍ଛତା) ରାଙ୍କିଙ୍ଗରେ ମଧ୍ୟ ଉତ୍ତମ ପ୍ରଦର୍ଶନ କରିଛି।

ସୂଚନାଯୋଗ୍ୟ ଯେ ସଷ୍ଟେନେବଲ ଡେଭଲପମେଣ୍ଟ ଗୋଲସ (SDGs) ସାରା ବିଶ୍ୱର ରାଙ୍କିଙ୍ଗରେ ୮୯ ଟି ଦେଶର ୮୦୦ରୁ ଅଧିକ ବିଶ୍ୱବିଦ୍ୟାଳୟର ରିସର୍ଚ୍ଚକୁ ପର୍ଯ୍ୟବେକ୍ଷଣ କରାଯାଇଥିଲା। SDG13 କ୍ଲାଇମେଟ ଆକ୍ସନ ଓ SDG1 ଗରିବଙ୍କ ଅବସ୍ଥା ଦର୍ଶାଇଥିଲା। ରାଙ୍କିଙ୍ଗ ରିପୋର୍ଟ ଅନୁସାରେ ଆନ୍ନା ୟୁନିଭର୍ସିଟିକୁ ସପ୍ତମ ସ୍ଥାନ ଓ ହିନ୍ଦୁସ୍ତାନ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି ଆଣ୍ଡ ସାଇନ୍ସକୁ ୧୮ ତମ ସ୍ଥାନ ମିଳିଛି।

ରାଙ୍କିଙ୍ଗ ଏଜେନ୍ସି କହିଛନ୍ତି ଯେ ଆଇଆଇଟି ମାଡ୍ରାସକୁ SDG9(ଇଣ୍ଡଷ୍ଟ୍ରୀ, ଇନୋଭେସନ ଆଣ୍ଡ ଇନ୍ଫ୍ରାଷ୍ଟ୍ରକଚର) ପାଇଁ ୧୬ ତମ ସ୍ଥାନ ରହିଛି। ଦ ଟାଇମ ହାୟର ଏଜୁକେସନର ଚିଫ ନଲେଜ ଅଫିସର ଫିଲ ବେଟି କହିଛନ୍ତି ଭାରତୀୟ ୟୁନିଭର୍ସିଟିକୁ ପରିଷ୍କାର ପାଣି ଓ ସ୍ୱଚ୍ଛତା, ଜଳବାୟୁ ଓ ଉତ୍ତମ ସ୍ୱାସ୍ଥ୍ୟ ଭଳି କ୍ଷେତ୍ରରେ ସଫଳତାର ସହ କାମ କରିଛନ୍ତି। ଏହି କ୍ଷେତ୍ରରେ ଆଇଆଇଟି ଖଡ଼ଗପୁର ସବୁଠାରୁ ଭଲ ପ୍ରଦର୍ଶନ କରି ୫୭ ତମ ସ୍ଥାନ ଗ୍ରହଣ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.