Below header

କରୋନା ସଂକ୍ରମିତ ହୋଇ ଅଛୁଆଁ ହେଲେ ବାପା, ମୃତ୍ୟୁ ପରେ ପିତାଙ୍କ ଶବସତ୍କାର କରିବାକୁ ମନା କଲା ପୁଅ

ମଣିଷ ଭିତରୁ ମାନବିକତାକୁ ଦୂର କଲାଣି ମାରାତ୍ମକ କରୋନା ଭାଇରସ । ଏହି ଭାଇରସକୁ ନେଇ ଲୋକଙ୍କ ମନରେ ଏତେ ମାତ୍ରାରେ ଭୟ ସୃଷ୍ଟି ହେଲାଣି ଯେ, ମୃତ୍ୟୁ ପରେ ପିତାଙ୍କ ଶବକୁ ପୁଅ ହାତ ମାରିବାକୁ ବି କୁଣ୍ଠାବୋଧ କରୁଛି । ଏମିତିକି ପଲିଥିନରେ ଗୁଡା ଯାଇଥିବା ଶବ ଠାରୁ କୋଷେ ଦୂରରେ ଛିଡା ହୋଇ ଶବ ସତ୍କାର ଦେଖିଲା ପୁଅ । ଏମିତି କି ମୁଖାଗ୍ନି ଦେବାକୁ ବି ରାଜି ହୋଇନଥିଲା । ସ୍ଥାନୀୟ ଅଧିକାରୀ ମାନେ ଯେତେ ବୁଝେଇଥିଲେ ବି ମାନିନଥିଲେ ପୁଅ କି ମା । ଅଧିକାରୀ ମାନେ ବୁଝାଇଥିଲେ କି, ଯେଉଁ ମାନେ ରୋଗୀଙ୍କ ସେବା କରୁଛନ୍ତି, ମୃତ୍ୟୁ ପରେ ଶବର ତତ୍ତ୍ୱାବଧାନ କରୁଛନ୍ତି ସେମାନେ ବି ତ ଜଣେ ଜଣେ ମଣିଷ ।

tahasildar

ଯଦି ସେମାନେ ଭୟବିତ ହେଉନାହାନ୍ତି ତେବେ ତମେ ଡରୁଛ କାହିଁକି । କିନ୍ତୁ ଯେତେ ବୁଝେଇଲେ ବି ପୁଅ ରାଜି ହୋଇନଥିଲା । ପୁଅର ଏହି ନିଷ୍ପତ୍ତିକୁ ମା’ ବି ସମର୍ଥନ କରିଥିଲେ ଓ ପିତାଙ୍କ ଅନ୍ତିମ ସଂସ୍କାର କରିବାକୁ ଛାଡ଼ି ନଥିଲେ । ବାଧ୍ୟ ହୋଇ ବେରଗଡ଼ ଅଂଚଳର ତହସିଲଦାର ହିଁ ଅନ୍ତିମ ସଂସ୍କାର କରିଥିଲେ । ହଁ ଏମିତି ହିଁ ଏକ ଦୁଃଖଦ ଘଟଣା ଘଟିଛି ମଧ୍ୟପ୍ରଦେଶର ବେରଗଡ଼ ଅଂଚଳର ସୂଜାଲପୁର  ଗାଁରେ ।ପରିବାର ଲୋକ ୫୦ ମିଟର ଦୂରତାରୁ ହିଁ ଶବ ସତ୍କାର ଦେଖିଥିଲେ । କରୋନାକୁ ନେଇ ନିଭା ଯାଇଥିବା ଏହି “ସାମାଜିକ ଦୂରତା”ର ଘଟଣା ହେଉଛି ମଧ୍ୟପ୍ରଦେଶ ରାଜ୍ୟର ସୂଜାଲପୁର ନିବାସୀ ଜଣେ ବ୍ୟକ୍ତିଙ୍କର । ଗତ ଏପ୍ରିଲ ୮ ତାରିଖରେ ଏହି ବ୍ୟକ୍ତି ଜଣଙ୍କୁ ପାରାଲିସିସ ଆଟାକ ଆସିଥିଲା । ଡାକ୍ତର ଖାନାରେ ଭର୍ତ୍ତି ହୋଇଥିବା ସମୟରେ ଡାକ୍ତର ମାନେ ତାଙ୍କ ପୁଅକୁ ପିତାଙ୍କ କରୋନା ଟେଷ୍ଟ କରାଇନେବା ନେଇ ପରାମର୍ଶ ଦେଇଥିଲେ ।

tahasildar

ସେହି ଦିନ ହିଁ ତାଙ୍କ ସ୍ୱାବ ପରୀକ୍ଷା ପାଇଁ ନିଆଯାଇଥିବା ବେଳେ ଏପ୍ରିଲ ୧୪ ତାରିଖରେ ବ୍ୟକ୍ତିଙ୍କର କରୋନା ରିପୋର୍ଟ ପଜିଟିଭ ଆସିଥିଲା । ଡାକ୍ତରଖାନାରେ ଚିକିତ୍ସା ଚାଲିଥିବା ସମୟରେ ହିଁ ବ୍ୟକ୍ତିଜଣଙ୍କର ମୃତ୍ୟୁ ଘଟିଥିଲା । ସଂକ୍ରମଣ ଭୟରେ ଶବକୁ ଗାଁ ଭିତରକୁ ନିଆଯାଇ ପାରିନଥିଲା । ପଲିଥିନରେ ଗୁଡା ଯାଇଥିବା ପିତାଙ୍କ ଶବକୁ ହାତ ଲଗାଇବାକୁ ବି ପୁଅ ରାଜି ହୋଇନଥିଲା । ଚିକିତ୍ସା କରୁଥିବା ଡାକ୍ତର, ନର୍ସ ମାନେ ଯେତେ ବୁଝେଇଥିଲେ ବି ପୁଅ ମନରୁ ଡର ଯାଇନଥିଲା କି ପିତାଙ୍କ ଶବ ସତ୍କାର କରିବାକୁ ରାଜି ହୋଇନଥିଲା । ସେହି ପରିବାରର ଅନ୍ୟ ସଦସ୍ୟ ମାନଙ୍କ ସାମ୍ପଲ ଟେଷ୍ଟ ପାଇଁ ନିଆ ଯାଇଥିବା ବେଳେ ଏପର୍ଯ୍ୟନ୍ତ ରିପୋର୍ଟ ଆସିନଥିବା ସୂଚନା ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.