Below header

ମୋହନା ଅଠରନଳା ପାହାଡ଼ରୁ କୁକୁର କାମୁଡ଼ା କ୍ଷତବିକ୍ଷତ ହରିଣ ଉଦ୍ଧାର, ଦୁଇ ଘଣ୍ଟାର ଚିକିତ୍ସା ପରେ ବି ରହିଲାନି ଜୀବନ  

ମୋହନା(କେନ୍ୟୁଜ୍):  ଗଜପତି ଜିଲ୍ଲା ମୋହନା ସହର ଠାରୁ ମାତ୍ର ଏକ କିଲୋମିଟର ଦୁରରେ ରହିଥିବା ଅଠରନଳା ବ୍ରିଜ ନିକଟସ୍ଥ ପାହାଡ ରେ ୭ ରୁ ୮ କୁକୁର ଏକ ହରିଣକୁ ଶିକାର କରିବା ପାଇଁ ଗୋଡ଼ାଇ ଗୋଡ଼ାଇ କ୍ଷତ ବିକ୍ଷତ କରିଥିଲେ। ଏହି ସମୟରେ କିଛି ସ୍ଥାନୀୟ ଯୁବକ ଏହା ଦେଖି କୁକୁର ମାନଙ୍କୁ ଘୋଉଡ଼ାଇଥିଲେ ଓ ମୋହନା ବାନାଞ୍ଚଳ ଅଧିକାରୀ ଙ୍କୁ ଖବର ଦେଇଥିଲେ।

ସଙ୍ଗେ ସଙ୍ଗେ ଖବର ପାଇ ମୋହନା ବନାଞ୍ଚଳର କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ଆହତ ହରିଣକୁ ଉଦ୍ଧାର କରିବା ସହିତ ମୋହନା ପ୍ରାଣୀ ଚିକିତ୍ସା କେନ୍ଦ୍ରରେ ଆହତ ହରିଣ ଟିର ଚିକିତ୍ସା କରିଥଲେ। ହେଲେ ଚିକିତ୍ସାଧିନ ଅବସ୍ଥାରେ ଆହାତ ହୋଇଥିବା ହରିଣର ଜୀବନ ଚାଲି ଯାଇଥିଲା  । ବନବିଭାଗ ଉପସ୍ଥିତିରେ ମୃତ ହରିଣର ଶବ ବ୍ୟବଚ୍ଛେଦ କରାଯିବା ସହ ପୋତି ଦିଆଯାଇଥିବା ମୋହନା ଗୋଷ୍ଠୀ ପ୍ରାଣୀ ଚିକିତ୍ସା ଅଧିକାରୀ ବୀରେନ୍ଦ୍ର ପଣ୍ଡା ସୂଚନା ଦେଇଛନ୍ତି l

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.