କିଡନୀ ଫେଲ ହେବା ଆଗରୁ ଦେଖାଯାଏ ଏହି ସବୁ ଲକ୍ଷଣ, ଜାଣନ୍ତୁ

ଶରୀରକୁ ସୁସ୍ଥ ରଖିବା ଆମ ସମସ୍ତଙ୍କ ଦାୟିତ୍ୱ । ସେଥିପାଇଁ କୁହାଯାଏ ଶରୀରର କଥା ଶୁଣିବା ଦରକାର। ଏହି କଥା ଆମେ ଶରୀରର ଲକ୍ଷଣରୁ ବୁଝିପାରିବା। ଆମ ଶରୀରରେ ଯଦି କୌଣସି ପରିବର୍ତ୍ତନ ଦେଖିବାକୁ ମିଳେ କିମ୍ବା ଆମକୁ ଅସୁସ୍ଥ ଲାଗେ ସେଥିପାଇଁ ଶରୀରରେ ଲକ୍ଷଣ ଦେଖାଯାଏ। ଯଦି ଆମେ ଏହି ଲକ୍ଷଣକୁ ନଜରଅନ୍ଦାଜ କରିଥାଉ , ତେବେ ଆଗକୁ ଯାଇ ଏଥିପାଇଁ ଆମକୁ ଅନେକ ସ୍ୱାସ୍ଥ୍ୟଗତ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ । ଯେମିତିକି, କେବେ କୌଣସି ବ୍ୟକ୍ତିର ହଠାତ୍‌ କିଡନୀ ଫେଲ ହୋଇନଥାଏ। ଏଥିପାଇଁ ଲକ୍ଷଣ ବହୁ ଆଗରୁ ଆରମ୍ଭ ହୋଇଯାଇଥାଏ। ମାତ୍ର ଆମେ ତାହାକୁ ଧ୍ୟାନ ନଦେଇ ରହିଯାଉ। ତେବେ ଆଜି ଆମେ ଆପଣଙ୍କୁ କହିବୁ କିଡନୀ ଫେଲ ହେବା ଆଗରୁ ଶରୀରରେ କେଉଁ ଲକ୍ଷଣ ସବୁ ଦେଖାଯାଏ। ଯାହା ଶରୀରକୁ ପ୍ରଥମେ ଜଣାପଡିଥାଏ।

pain00
pc: Medical News Today

ଅଧୈର୍ଯ୍ୟ ଲାଗିବା:

ଯଦି କୌଣସି ବ୍ୟକ୍ତିଙ୍କର କିଡନୀ ଠିକ ରୂପେ କାମ କରୁନଥାଏ ତାହେଲେ ବ୍ୟକ୍ତି ଜଣଙ୍କ ସାମାନ୍ୟ କଥାରେ ଅଧୈର୍ଯ୍ୟ ହୋଇଯାଆନ୍ତି। ପାଟିର ସ୍ୱାଦ ପରିବର୍ତ୍ତନ ହୋଇଥାଏ। କମ ସମୟ ବ୍ୟବଧାନରେ ହେକୁଡି ହୋଇଥାଏ। ଏହା ଏଥିପାଇଁ ହୋଇଥାଏ କାରଣ କିଡନୀର କାର୍ଯ୍ୟକରିବା କ୍ଷମତା ଧିରେ ଧିରେ ହ୍ରାସ ପାଏ । ଯାହାଦ୍ୱାରା ଶରୀରରେ ବିଷାକ୍ତ ପଦାର୍ଥର ମାତ୍ରା ବଢ଼ିଯାଏ।

pain0066
pc: Medical News today

ହାଡ ଦୁର୍ବଳ ହେବା:

ଯଦି ଆପଣ ଅନୁଭବ କରନ୍ତି ଯେ ଆପଣଙ୍କ ଶରୀରରେ ହାଡ ଦୁର୍ବଳ ହେବାରେ ଲାଗୁଛି ଏବଂ ଏଥିପାଇଁ ଆପଣଙ୍କ ଶରୀରରେ ବିନ୍ଧା ହେଉଛି ତେବେ ଆପଣ ସତର୍କତା ଅବଲମ୍ବନ କରିବା ନିହାତି ଆବଶ୍ୟକ। କିଡନୀ ରୋଗୀଙ୍କର ହାଡ ଦୁର୍ବଳ ହୋଇଯାଏ । କିଡନୀ ଭିଟାମିନ-ଡି ଓ କ୍ୟାଲସିୟମର ମେଟାବୋଲିଜିମ ପାଇଁ ମହତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ।

pain006667
pc: fierceBiotech

ରକ୍ତ ଅଭାବ:

ଯଦି ଆପଣଙ୍କ ଶରୀରରେ ବାରମ୍ବାର ରକ୍ତର ଅଭାବ ଦେଖିବାକୁ ମିଳୁଛି ତେବେ ହୋଇ ଯାଆନ୍ତୁ ସାବଧାନ। ଚିକିତ୍ସା କଲାପରେ ମଧ୍ୟ ଯଦି ହିମୋଗ୍ଲୋବିନ କମ ହୋଇଯାଉଥାଏ ତେବେ ଶରୀର ପାଇଁ ହୁଅନ୍ତୁ ଅଧିକ ଯତ୍ନବାନ। ରକ୍ତ ର ଅଭାବ ହେବାଦ୍ୱାରା ଶରୀର ହାଲିଆ ଲାଗେ। ତେଣୁ ଏଥିପ୍ରତି ଧ୍ୟାନ ଦେଇ ତୁରନ୍ତ ଏହାର ଯାଞ୍ଚ କରନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.