ରେଳ ଷ୍ଟେସନ୍‌ ପରିସରରେ ମାସ୍କ ନ ପିନ୍ଧିବା ଦଣ୍ଡନୀୟ ଅପରାଧ, ଦେବାକୁ ପଡ଼ିବ ୫୦୦ ଟଙ୍କା ଯାଏଁ ଜରିମାନା

ରେଲୱେ ପରିସର ଓ ଟ୍ରେନ୍‌ରେ ମାସ୍କ ନ ପିନ୍ଧିଲେ ଏବେ ଗଣିବେ ତଣ୍ଡ। ଟ୍ରେନ୍‌ ପରିସରରେ ମାସ୍କ ନ ପିନ୍ଧିଲେ ୫୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା ଭରିବାକୁ ପଡ଼ିପାରେ। ରେଲୱେ ଅଧିନିୟମରେ ଏବେ ମାସ୍କ ନ ପିନ୍ଧିବାକୁ ଅପରାଧିକ ତାଲିକାଭୁକ୍ତ କରାଯାଇଛି। ଏନେଇ ଶନିବାର ଦିନ ସୂଚନା ଦେଇଛି ରେଳ ବିଭାଗ।

କରୋନା ଭାଇରସ୍‌ର ସଂକ୍ରମଣକୁ ରୋକିବା ପାଇଁ ରେଳ ବିଭାଗ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ସଂକ୍ରମଣ ରୋକିବାକୁ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଜାରି କରାଯାଇଥିବା ନୀତି ନିୟମକୁ ରେଳ ବିଭାଗ ମଧ୍ୟ ଏବେ ପାଳନ କରିବାକୁ ଆଗଭର ହୋଇଛି।

ରେଲୱେ ତରଫରୁ ଜାରି କରାଯାଇଥିବା ନିର୍ଦ୍ଦେଶରେ କୁହାଯାଇଛି ଯେ କରୋନା ଭାଇରସ୍‌ ସଂକ୍ରମଣକୁ ରୋକିବା ପାଇଁ ଜାରି ସ୍ୱତନ୍ତ୍ର ଗାଇଡ୍‌ଲାଇନ୍‌ରେ ମାସ୍କ ପିନ୍ଧିବା ମଧ୍ୟ ସାମିଲ ରହିଛି। ଏଣୁ ଟ୍ରେନ୍‌ରେ ଯାତ୍ରା କରୁଥିବା ବ୍ୟକ୍ତି ବିଶେଷଙ୍କ ସମେତ ରେଳ ବିଭାଗର କର୍ମଚାରୀ ଓ ଯାତ୍ରୀଙ୍କୁ ଦେଖା କରିବାକୁ ଷ୍ଟେସନ୍‌ ଆସୁଥିବା ବ୍ୟକ୍ତି ମଧ୍ୟ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ଯଦି କେହି ଏହି ନିୟମ ପାଳନ ନ କରେ ତେବେ ତାଙ୍କୁ ୫୦୦ ଟଙ୍କା ଯାଏଁ ଜରିମାନା ଗଣିବାକୁ ପଡ଼ିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.