ଦୀପ ସିଦ୍ଧୁ ଗିରଫ : ପଞ୍ଜାବୀ ଅଭିନେତା ଦୀପ ସିଦ୍ଧୁ ପୁଣି ହେଲେ ଗିରଫ, ଆଜି ମିଳିଥିଲା ଜାମିନ

ଆଜି ୩୦ ହଜାର ଟଙ୍କା ମୁଲଚିକାରେ ପଞ୍ଜାବ ଅଭିନେତା ଦୀପ ସିଦ୍ଧୁଙ୍କୁ ମିଳିଥିଲା ଜମାନତ । ହେଲେ ଜମାନତର ମାତ୍ର କିଛି ଘଣ୍ଟା ପରେ ପୁଣି ସିଦ୍ଧୁ ହେଲେ ଗିରଫ ।

ନୂଆଦିଲ୍ଲୀ : ଲାଲ୍‌ କିଲା ହିଂସା ମାମଲାରେ ଅଭିଯୁକ୍ତ ପଞ୍ଜାବ ଅଭିନେତା ଦୀପ ସିଦ୍ଧୁଙ୍କୁ ଦିଲ୍ଲୀ ପୁଲିସର କ୍ରାଇମବ୍ରାଞ୍ଚ୍‌ ଗିରଫ କରିଥିଲା । ଆଜି ତାଙ୍କୁ ୩୦ ହଜାର ଟଙ୍କା ମୁଚାଲିକାରେ ଦିଲ୍ଲୀର ତିଶ ହଜାରୀ କୋର୍ଟରୁ ସଶର୍ତ୍ତ ଜମାନତ ମିଳିଥିଲା । ହେଲେ ଜମାନତର ମାତ୍ର କିଛି ଘଣ୍ଟା ପରେ ପୁଣି ତାଙ୍କୁ ଗିରଫ କରିନିଆ ଯାଇଛି । ଗତ ଫେବ୍ରୁଆରୀରେ ଦୀପ ସିଦ୍ଧୁଙ୍କୁ ଗିରଫ କରାଯାଇଥିଲା ।

ତାଙ୍କ ଉପରେ ପ୍ରଦର୍ଶନକାରୀଙ୍କୁ ଭଡକାଇବା ଆଦି ବହୁ ଅଭିଯୋଗ ରହିଥିଲା । ଆଜି ଦିଲ୍ଲୀ କୋର୍ଟ ତାଙ୍କୁ ୩୦ ହଜାର ଟଙ୍କାର ମୁଚାଲିକାରେ ଜମାନତ ଦେଇଥିଲା । ଜମାନତରେ ସର୍ତ୍ତ ରହିଥିଲା ଯେ ତାଙ୍କୁ ପୋଲିସ ଷ୍ଟେସନରେ ହାଜିରା ଲଗାଇବାକୁ ପଡ଼ିବ । ଏଥିସହ ନିଜର ପାସପୋର୍ଟ ଜମା କରିବାକୁ ହେବ ଓ ନିଜର ଫୋନ୍‌ ନମ୍ବର ନ ବଦଳାଇବାକୁ ମଧ୍ୟ ସର୍ତ୍ତ ରହିଥିଲା ।

ପ୍ରକାଶଯୋଗ୍ୟ ଯେ ଗଣତନ୍ତ୍ର ଦିବସ ଦିନ ଦିଲ୍ଲୀରେ କିସାନଙ୍କ ଟ୍ରାକ୍ଟର ର‍୍ୟାଲି ଯୋଗୁ ପୋଲିସ ଓ କୃଷକଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଏମାନଙ୍କ ମଧ୍ୟରେ କିଛି ଟ୍ରାକ୍ଟର ନେଇ ଲାଲ୍‌ କିଲ୍ଲାରେ ପହଞ୍ଚିଥିଲେ । କିଛି ଆନ୍ଦୋଳନକାରୀ ଲାଲକିଲ୍ଲା ପାଚେରୀରେ ଧାର୍ମିକ ପତାକା ଲଗାଇ ଦେଇଥିଲେ । ଏହାକୁ ନେଇ ହୋଇଥିବା ହିଂସାରେ ପ୍ରାୟ ୫୦୦ ପୋଲିସକର୍ମୀ ଆହତ ହୋଇଥିଲେ ଓ ଜଣେ ପ୍ରଦର୍ଶନକାରୀଙ୍କର ମୃତ୍ୟୁ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.