ହରିଦ୍ୱାର କୁମ୍ଭମେଳାକୁ ପ୍ରତୀକାତ୍ମକ କରିବାକୁ ପ୍ରଧାନମନ୍ତ୍ରୀଙ୍କ ନିବେଦନ

କେନ୍ୟୁଜ୍(ବ୍ୟୁରୋ):  ହରିଦ୍ୱାର କୁମ୍ଭମେଳାକୁ ପ୍ରତୀକାତ୍ମକ କରିବାକୁ ପ୍ରଧାନମନ୍ତ୍ରୀଙ୍କ ନିବେଦନ । ଟ୍ଵିଟ୍‌ କରି ନିବେଦନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କହିଛନ୍ତି, କୁମ୍ଭମେଳାର ଦୁଇଟି ସାହିସ୍ନାନ ସରିଛି। ଏବେ ଏହାକୁ ପ୍ରତିକାତ୍ମକ କରାଯାଉ । କୋଭିଡ୍‌ ବିରୋଧୀ ଲଢ଼େଇକୁ ଏହା ଶକ୍ତି ଦେବ । ଏ ନେଇ ଜୁନା ଆଖଡ଼ା ସନ୍ଥ ଅବଧେଶାନନ୍ଦ ଗିରିଙ୍କ ସହ ମୋଦି ଫୋନ୍‌ରେ କଥା ହୋଇଥିଲେ । ମୋଦିଙ୍କ ନିବେଦନ ପରେ ପବିତ୍ର ବୁଡ଼ ପାଇଁ ଆଉ ଗହଳି ନକରିବାକୁ ସେ ଲୋକଙ୍କୁ ଅନୁରୋଧ କରିଛନ୍ତି । ଜୀବନ ରକ୍ଷା କରିବା ପୂଣ୍ୟ କାର୍ଯ୍ୟ ବୋଲି କହିଛନ୍ତି ଅବଧେଶାନନ୍ଦ । ଏପ୍ରିଲ ୨୭ରେ ଆଉ ଏକ ସାହିସ୍ନାନ ରହିଛି ।

ଗତ ୧୨ ଓ ୧୪ ତାରିଖରେ ଦୁଇଟି ସାହିସ୍ନାନ ହୋଇଥିଲା । ଏଥିରେ ପ୍ରାୟ ୨୦ ଲକ୍ଷ ଲୋକଙ୍କ ସାମାଗମ ହୋଇଥିଲା। ଏହି ସମାଗମ ପରେ ହରିଦ୍ୱାରରୁ ବହୁ ସଂଖ୍ୟାରେ ସଂକ୍ରମିତ ଚିହ୍ନଟ ହୋଇଥିଲେ । ଜଣେ ସନ୍ଥ କରୋନାରେ ଆଖିବୁଜିଥିଲେ । ଯାହାକୁ ନେଇ ସାରା ଦେଶରେ ଚିନ୍ତା ବଢ଼ିଥିଲା । ଚଳିତ ବର୍ଷ ଏପ୍ରିଲ ୧ ରୁ ଆରମ୍ଭ ହୋଇଥିଲା କୁମ୍ଭମେଳା । ଏପ୍ରିଲ ୩୦ରେ ବିଧିବଦ୍ଧ ଭାବେ ମେଳା ଉଦ୍‌ଯାପିତ ହେବ । ସାଧାରଣତଃ ଜାନୁଆରୀ ମଧ୍ୟଭାଗରୁ ଆରମ୍ଭ ହୋଇ ଏପ୍ରିଲ ଶେଷ ପର୍ଯ୍ୟନ୍ତ ଚାଲିଥାଏ କୁମ୍ଭମେଳା। ଏଥର କରୋନା ସଂକ୍ରମଣ ପାଇଁ ଏପ୍ରିଲରେ ମେଳା ଆରମ୍ଭ ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.