ଏଥରକ ଘରେ ବସି କରିପାରିବେ ବାବା ଅମରନାଥଙ୍କ ଦର୍ଶନ, ସକାଳ-ସନ୍ଧ୍ୟା ଆଳତିର ହେବ ସିଧା ପ୍ରସାରଣ

ବାଲଟାଲ ଓ ଚନ୍ଦନଓ୍ଵାଡ଼ି ରାସ୍ତା ଦେଇ ଯିବାକୁ ଥିବା ବାର୍ଷିକ ଅମରନାଥ ଯାତ୍ରା ପାଇଁ ପଞ୍ଜିକରଣ ଆରମ୍ଭ ହୋଇଯାଇଛି। ୨୮ ଜୁନ୍‌ରୁ ବାବା ବର୍ଫାନୀଙ୍କ ଦରବାର ଭକ୍ତଙ୍କ ଲାଗି ଖୋଲିଯିବ। ଏଭଳି ସ୍ଥିତିରେ ଯେଉଁ ଭକ୍ତ ଯାତ୍ରାକୁ ଯାଇପାରିବେ ନାହିଁ ତାଙ୍କ ପାଇଁ ଶ୍ରୀ ଅମରନାଥ ଜୀ ସାଇନ୍‌ ବୋର୍ଡ ଏକ ଖାସ୍‌ ଉପହାର ନେଇ ଆସିଛି। ପବିତ୍ର ଗୁମ୍ଫାରେ ସକାଳେ ସନ୍ଧ୍ୟାରେ ହେଉଥିବା ଦିବ୍ୟ ଆଳତିର ସିଧା ପ୍ରସାରଣ ଏବେ ଟିଭି ଚ୍ୟାନେଲ୍‌ରେ ଦେଖିବାକୁ ମିଳିବ। ଅର୍ଥାତ୍‌ ଭକ୍ତମାନେ ଏବେ ଘରେ ବସି ବାବାଙ୍କ ଦର୍ଶନ କରିପାରିବେ।

ରିପୋର୍ଟ ମୁତାବକ, ଶ୍ରୀ ଅମରନାଥ ଜୀ ସାଇନ୍‌ ବୋର୍ଡ ପ୍ରତିଷ୍ଠିତ ଟିଭି ଚ୍ୟାନେଲ୍‌ କମ୍ପାନୀଙ୍କ ଠାରୁ ଟେଣ୍ଡର ମାଗିଛନ୍ତି। ଗତବର୍ଷ ମଧ୍ୟ ବୋର୍ଡ ତରଫରୁ ଆରତିର ସିଧା ପ୍ରସାରଣ ପାଇଁ ବନ୍ଦୋବସ୍ତ କରିଥିଲେ। ଫଳରେ ଦେଶ ବିଦେଶର ଭକ୍ତମାନେ ଆରତି ଦର୍ଶନ କରିପାରିଥିଲେ। ଦକ୍ଷିଣ କଶ୍ମୀରରେ ୩୮୮୦ ମିଟର ଉଚ୍ଚତାରେ ସ୍ଥିତ ଭଗବାନ ଅମରନାଥଙ୍କ ଗୁମ୍ଫା ପର୍ଯ୍ୟନ୍ତ ଯିବାକୁ ୫୬ ଦିବସୀୟ ଯାତ୍ରା ଦୁଇଟି ରାସ୍ତାରୁ ଆରମ୍ଭ ହେବ ଓ ପରମ୍ପରା ମୁତାବକ ୨୨ ଅଗଷ୍ଟରେ ରାକ୍ଷୀ ପୂର୍ଣ୍ଣିମା ଦିନ ସମାପନ ହେବ।

ପଞ୍ଜିକରଣ କରିବା ନିୟମ:

ଅମରନାଥ ଯାତ୍ରା ପାଇଁ ଶ୍ରଦ୍ଧାଳୁ ବୋର୍ଡର ୱେବ୍‌ସାଇଟ୍‌ରେ ଘରେ ବସି ରେଜିଷ୍ଟ୍ରେସନ୍‌ କରିପାରିବେ।
ଯାତ୍ରା ପଞ୍ଜିକରଣ ପାଇଁ ବୋର୍ଡର ୱେବ୍‌ସାଇଟ୍‌ (jksasb.nic.in)କୁ ଯାଇ ଆବେଦନ ପ୍ରକ୍ରିୟା ପୂରା କରିବାକୁ ହେବ।
ଯାତ୍ରୀଙ୍କୁ ଅନ୍‌ଲାଇନ୍‌ ଆବେଦନ ପାଇଁ ନିଜର ସମସ୍ତ ସୂଚନା ଓ ଫଟୋ ସହ ହେଲ୍‌ଥ ସାର୍ଟିଫିକେଟ୍‌ ମଧ୍ୟ ଦେବାକୁ ପଡ଼ିବ।
ଏହି ଯାତ୍ରା ପାଇଁ ୧୩ ବର୍ଷରୁ କମ୍‌ ଓ ୭୫ ବର୍ଷରୁ ଅଧିକ ବୟସର ଲୋକଙ୍କ ପଞ୍ଜିକରଣ କରାଯିବ ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.