ବାଲେଶ୍ୱର: ପ୍ରତାରଣା କଲା ସିନ୍ଦୁର, ଚାକିରି ପ୍ରଲୋଭନ ଦେଖାଇ ଶାରୀରିକ ସମ୍ପର୍କ ଓ ବିବାହ ପରେ ସ୍ୱାମୀ ଫେରାର

ବାଲେଶ୍ବର(କେନ୍ୟୁଜ୍): ଚାକିରି ପ୍ରଲୋଭନ ଦେଖାଇ ମୁମ୍ବାଇ ନେଲେ । ଅନିଚ୍ଛା ସତ୍ତ୍ୱେ ମହିଳାଙ୍କ ସହ ଶାରୀରିକ ସମ୍ପର୍କ ରଖି , ବାହା ବି ହେଲେ । ଏବେ ସ୍ୱାମୀ ଫେରାର୍‌ । ଏଭଳି ଅଭିଯୋଗ ଆସିଛି ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ ଧରମଦ୍ୱାର ଗାଁରୁ। ଅଭିଯୋଗକାରିଣୀ ହେଲେ ସସ୍ମିତା ରଣା। ଗାଁର ଘନଶ୍ୟାମ ଗିରି ଚାକିରି କରାଇ ଦେବାକୁ କହି ସସ୍ମିତାଙ୍କୁ ମୁମ୍ବାଇ ନେଇ ଯାଇଥିଲେ । ସେଠାରେ ତାଙ୍କ ସହ ଜୋରଜବରଦସ୍ତି ଶାରିରୀକ ସମ୍ପର୍କ ରଖିଥିଲେ ଘନଶ୍ୟାମ । ପରେ ସସ୍ମିତା ବାଧ୍ୟ କରିବାରୁ ବିବାହ କରିଥିଲେ । ଦୁହେଁ ଏକାଠି କିଛି ଦିନ ରହିବା ପରେ ଗତ ଜୁନ୍‌ ୨୪ ତାରିଖରୁ ଘନଶ୍ୟାମ କୁଆଡେ ଫେରାର୍‌ ହୋଇ ଯାଇଛନ୍ତି। ଏନେଇ ମୁମ୍ବାଇର ଏକ ଥାନାରେ ଅଭିଯୋଗ କରିଥିଲେ ସସ୍ମିତା। ଶେଷରେ ଅନ୍ୟ କିଛି ଉପାୟ ନପାଇ ଓଡ଼ିଶା ଫେରିଛନ୍ତି । ତାଙ୍କ ସହ ହୋଇଥିବା ନିର୍ଯାତନା ନେଇ ସସ୍ମିତା ଜଳେଶ୍ୱର ଓ ବାଲିଆପାଳ ଥାନାରେ ଘନଶ୍ୟାମଙ୍କ ନାଁରେ ଲିଖିତ ଅଭିଯୋଗ କରିଛନ୍ତି। ତଦନ୍ତ ପରେ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ବାଲିଆପାଳ ଆଇଆଇସି।

 

Leave A Reply

Your email address will not be published.