Below header

ଇଏ ହେଉଛି ସଦ୍‌ଭାବନା ! ରାମଦେବଙ୍କ ଦାଢ଼ି ଟାଣି ଦେଲେ ଦଲାଇଲାମା

ନୂଆଦିଲ୍ଲୀ : ଦିଲ୍ଲୀରେ ଆୟୋଜିତ ହୋଇଛି ସର୍ବଧର୍ମ ସଦଭାବନା ସଭା। ଏଥିରେ ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ସମେତ ତିବ୍ଦତୀୟ ଧର୍ମଗୁରୁ ଦଲାଇଲାମା, ଯୋଗଗୁରୁ ବାବା ରାମଦେବ ଏବଂ ମୌଲାନା ମେହମୁଦ ମଦନୀ ପ୍ରମୁଖ ଯୋଗ ଦେଇଥିଲେ । ମହାତ୍ମା ଗାନ୍ଧୀଙ୍କୁ ୧୫୦ତମ ଜୟନ୍ତୀ ଅବସରରେ ଏହି ସଦଭାବନା ସଭାର ଆୟୋଜନ କରାଯାଇଥିଲା । ତେବେ ମଞ୍ଚ ଉପରେ ଦଲାଇଲାମାଙ୍କ ବ୍ୟବହାର ସମସ୍ତଙ୍କୁ ଚକିତ କରିଥିଲା ।

ବେଶ୍‌ ମଜାକିଆ ମୁଡ୍‌ରେ ଥିଲେ ଦଲାଇଲାମା । ଯେତେବେଳେ ତାଙ୍କର ରାମଦେବଙ୍କ ସହ ଭେଟ ହେଲା ସେ ତାଙ୍କୁ ଆଲିଙ୍ଗନ କରିବା ସହ ତାଙ୍କ ଦାଢ଼ିକୁ ଟିକେ ଟାଣିଦେଲେ । ପରେ ଦୁହେଁ ପାଖାପାଖି ବସିଥିଲେ ଓ ବେଶ୍‌ କିଛି ସମୟ ଧରି କୌଣସି ବିଷୟରେ ଆଲୋଚନା କରୁଥିବାର ଦେଖଶ ଯାଇଥିଲା । ତେବେ ତା ଭିତରେ ମଧ୍ୟ ଦଲାଇଲାମା ବାବା ରାମଦେବଙ୍କ ଦାଢ଼ିକୁ ସାଉଁଳାଉ ଥିବା ଦେଖା ଯାଇଥିଲା । ଏହି ଭିଜୁଆଲ ଓ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.