ରୋଷେଇ ଘରେ ଅନେକ ବର୍ଷ ତଳୁ ପଡିରହିଥିବା ଏହି ପେଣ୍ଟିଙ୍ଗ ମହିଳାଙ୍କୁ ବନାଇଦେଲା କୋଟିପତି
![](https://knewsodisha.com/wp-content/uploads/2019/09/france2_5142788_835x547-m.png)
ବେଳେବେଳେ ଆପଣ ଘରୁ ଏପରି କିଛି ଜିନିଷ ବାହାର କରନ୍ତି ଯାହାକି ବହୁତ ପୁରୁଣା ହୋଇଥାଏ ଏବଂ ଅନେକ ସମୟ ଧରି ଏହା ଆପଣଙ୍କ ଘରେ ଏକ ସ୍ୱତନ୍ତ୍ର ସ୍ଥାନରେ ପଡି ରହିଥାଏ । ବେଳେବେଳେ ଏହା କିଛି ଅସାଧାରଣ ମଧ୍ୟ ହୋଇପାରେ । ଏପରି କିଛି ଘଟିଛି ଫ୍ରାନ୍ସରେ । ଏଠାରେ ଜଣେ ମହିଳାଙ୍କ ଘରୁ ଏକ ପେଣ୍ଟିଙ୍ଗ ମିଳିବା ପରେ ଏହା ଜଣାପଡିଛି । ତାହେଲେ ଆସନ୍ତୁ ଜାଣିବା ସେହି ପେଣ୍ଟିଙ୍ଗ ବିଷୟରେ ଯାହାକି ଗୋଟିଏ ଝଟକାରେ ଜଣେ ମହିଳାଙ୍କୁ କୋଟିପତି ବନାଇଦେଇଛି ।
ସୂଚନା ଅନୁଯାୟୀ ଫ୍ରାନ୍ସର କୋମ୍ପାନିୟନ ସହରରେ ଫିଲୋମେନ ବୋଲ୍ଫ ନାମକ ଜଣେ ମହିଳା ବାସ କରୁଥିଲେ । ଯାହାଙ୍କର ରୋଷେଇ ଘର ଗ୍ୟାସ୍ଚୁଲା ଉପରେ ଏକ ପେଣ୍ଟିଙ୍ଗ ଝୁଲିଥିଲା । ଫିଲୋମେନଙ୍କ କହିବା ଅନୁଯାୟୀ ତାଙ୍କ ପରିବାରରେ ଏହାକୁ ଧର୍ମର ପ୍ରତୀକ ଭାବେ ଗ୍ୟାସ ଚୁଲା ଉପରେ ରଖାଯାଇଥିଲା । ଏହାସହିତ ସେ ଏହି ପେଣ୍ଟିଙ୍ଗକୁ ଏକ ସାଧାରଣ ପେଣ୍ଟିଙ୍ଗ ବୋଲି ଭାବୁଥିଲେ । ଏହି ପେଣ୍ଟିଙ୍ଗକୁ ବିକ୍ରି କରିବା ପୂର୍ବରୁ ଫିଲୋମେନ କିମ୍ବା ତାଙ୍କ ପରିବାରର କୌଣସି ସଦସ୍ୟଙ୍କୁ ଜଣାନଥିଲା ଯେ ଏହାର ଦାମ କୋଟି କୋଟି ଟଙ୍କା ଅଟେ ।
ଏହାସହ ପଢନ୍ତୁ ଦିଲ୍ଲୀରେ ଜନ୍ମ ନେଲା ଏପରି ଶିଶୁ ଯାହାର ଚେହେରା ଦେଖିଲେ ନିଜ ଆଖିକୁ ବିଶ୍ୱାସ କିରିପାରିବେନି ଆପଣ
ଯେତେବେଳେ ଫିଲୋମେନ ତାଙ୍କର ଏହି ଘର ବିକ୍ରି କରିବାକୁ ବାହାରିଲେ ସେତେବେଳେ ତାଙ୍କୁ ଜଣାପଡିଲା ଯେ ଏହି ପେଣ୍ଟିଙ୍ଗର ମହତ୍ତ୍ୱ ଓ ମୂଲ୍ୟ ବିଷୟରେ ଜଣା ପଡିଥିଲା । ସୂଚନା ଅନୁଯାୟୀ ଚଳିତ ବର୍ଷ ଜୁନ ମାସରେ ମହିଳା ଜଣକ ନିଜର ଏହି ଘର ବିକ୍ରି କରିବାକୁ ଗଲାବେଳେ ତାଙ୍କୁ ଏହି ପେଣ୍ଟିଙ୍ଗର ଦାମ ଜଣାପଡିଲା । ଏହି ଘର ୧୯୬୦ ମସିହାରେ ତିଆରି କରାଯାଇଥିଲା ଏବଂ ଏହି ଘରେ ରଖାଯାଇଥିବା ଜିନିଷର ମୂଲ୍ୟ ଆକଳନ କରିବା ପାଇଁ ଜଣେ ନିଲାମୀ ବିଶେଷଜ୍ଞଙ୍କୁ ଡକା ଯାଇଥିଲା । ଏହି ସମୟରେ ବିଶେଷଜ୍ଞମାନେ କହିଥିଲେ ଯେ ଏହି ପେଣ୍ଟିଙ୍ଗ ୧୩ଶହ ଶତାବ୍ଦୀର ଅଟେ ଏବଂ ଏହାର ଦାମ ୩୧ କୋଟିରୁ ୪୬ କୋଟି ଟଙ୍କା ହେବ । ଏହି ପେଣ୍ଟିଙ୍ଗର ଲମ୍ବ ୨୬ ସେଣ୍ଟିମିଟର ଏବଂ ଚଉଡା ୨୦ ସେଣ୍ଟିମିଟର ଅଟେ । କୁହାଯାଉଛି ଯେ ଏହାକୁ ୧୨୮୦ ମସିହାରେ ଅଙ୍କା ଯାଇଥିଲା ଯାହାକୁ ଇଟାଲୀର ଜଣେ ପ୍ରସିଦ୍ଧ ପେଣ୍ଟର ଚିମାବୃତ୍ତି ବନାଇଥିଲେ ।