Below header

ବଦଳିଲା ସରକାରଙ୍କ ନିଷ୍ପତ୍ତି, ଉଭୟ ଅନଲାଇନ ଓ ଅଫ ଲାଇନରେ ଡିସେମ୍ବର ୩୧ ଯାଏ ମିଳିବ ପଲ୍ୟୁସନ ପ୍ରମାଣପତ୍ର

ଭୁବନେଶ୍ବର(କେନ୍ୟୁଜ୍):  ବଦଳିଲା ସରକାରଙ୍କ ନିଷ୍ପତ୍ତି । ଉଭୟ ଅନଲାଇନ ଓ ଅଫ ଲାଇନରେ ଡିସେମ୍ବର ୩୧ ଯାଏ ମିଳିବ ପଲ୍ୟୁସନ ପ୍ରମାଣପତ୍ର । ପଲ୍ୟୁସନ ଅଣ୍ଡର କଣ୍ଟ୍ରୋଲ ସାର୍ଟିଫିକେଟ-ପିୟୁସିସିକୁ ନେଇ ଜନସାଧାରଣଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ସୃଷ୍ଟି ହେଉଛି । ରାଜ୍ୟର ଅଧିକାଂଶ ଜିଲ୍ଲାରେ ଆବଶ୍ୟକ ସଂଖ୍ୟକ ପଲ୍ୟୁସନ ଟେଷ୍ଟିଂ ସେଣ୍ଟର-ପିଟିୟୁ ନାହିଁ । ଯେଉଁଥିପାଇଁ ପ୍ରଦୂଷଣ ପରୀକ୍ଷା କେନ୍ଦ୍ର ଆଗରେ ଲମ୍ବା ଲାଇନ ଲାଗୁଛି । ଏହାକୁ ଆଖିରେ ରଖି ଅଧିକ ସଂଖ୍ୟକ ପ୍ରଦୂଷଣ ପରୀକ୍ଷା କେନ୍ଦ୍ର ଖୋଲିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି । ପୂର୍ବରୁ ଗତ ୨୩ ତାରିଖରେ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ କୁହାଯାଇଥିଲା ସେପ୍ଟେମ୍ବର ୩୦ ପରେ ତାରିଖ ପରେ ଅଫ୍‌ ଲାଇନ ପଲ୍ୟୁସନ ସାର୍ଟିଫିକେଟ ଗ୍ରହଣୀୟ ହେବ ନାହିଁ ।

 

ଅକ୍ଚୋବର ୧ରୁ ଅନଲାଇନରେ ପିୟୁସି ବାଧ୍ୟତାମୂଳକ । ଅର୍ଥାତ ବିନା ବାହାନରେ ଜାରି ହୋଇଥିବା PUC ଆଉ ଗ୍ରହଣୀୟ ହେବ ନାହିଁ ବୋଲି କୁହାଯାଇଥିଲା । ହେଲେ ଆବଶ୍ୟକ ସଂଖ୍ୟକ ପଲ୍ୟୁସନ ଟେଷ୍ଟିଂ ସେଣ୍ଟର ନଥିବାରୁ ଏବେ ସରକାର ନିଜ ନିଷ୍ପତ୍ତି ବଦଳାଇଛନ୍ତି । ଉଭୟ ଅନ ଲାଇନ ଓ ଅଫ ଲାଇନରେ ଆସନ୍ତା ଡିସେମ୍ବର ୩୧ ତାରିଖ ଯାଏ ଜାରି ପିୟୁସି ବୈଧ ହେବ ହେବ ବୋଲି ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି । ତେବେ ଏହି ସମୟ ମଧ୍ୟରେ ଅଫଲାଇନ ପଲ୍ୟୁସନ ଟେଷ୍ଟିଂ ସେଣ୍ଟରଗୁଡ଼ିକ ଅନ ଲାଇନକୁ ପରିବର୍ତ୍ତନ କରିବାକୁ ପରାମର୍ଶ ଦିଆଯାଇଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧୬୩ଟି ବୈଧ ପଲ୍ୟୁସନ୍‌ ଟେଷ୍ଟିଂ ସେଣ୍ଟର ରହିଛି। ଏହା ଭିତରୁ ୧୦୬ଟି ବାହାନ ସହ ଲିଙ୍କ୍‌ ହୋଇଛି। ଇତିମଧ୍ୟରେ ୧୪ଟି ନୂଆ ପିୟୁସି ସେଣ୍ଟର ଖୋଲାଯାଇଛି। ରାଜ୍ୟରେ ସଂଶୋଧିତ ମୋଟର ଯାନ ଆଇନ ତିନି ମାସ ଅର୍ଥାତ ଡିସେମ୍ବର ପହିଲା ଯାଏ କୋହଳ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.