ଶାରୀରିକ ସମ୍ପର୍କ ରଖି ପୁରୁଷଙ୍କୁ ଜିଅନ୍ତା ଜାଳି ଦେଉଥିଲେ ଏହି ରାଣୀ

ଦୁନିଆର ବିଭିନ୍ନ ସ୍ଥାନରେ ଅଲଗା ଅଲଗା ରାଜାମାନଙ୍କର ଶାସନ ଚାଲୁଥିଲା। ଏହି ରାଜା, ମହାରାଜାମାନେ ନିଜ ମନ ମୁତାବକ ନିୟମ ତିଆରି କରି ପ୍ରଜାମାନଙ୍କ ଉପରେ ଲାଗୁ କରିଦେଉଥିଲେ, ଯାହାକୁ ପାଳନ କରିବାକୁ ପ୍ରଜାମାନେ ବାଧ୍ୟ ହେଉଥିଲେ। ସେଥିମଧ୍ୟରୁ କିଛି ନିୟମ ପ୍ରଜାମାନଙ୍କ ଭଲ ପାଇଁ ଥିବା ବେଳେ ଆଉ କିଛି ନିୟମ ସେମାନଙ୍କ ଜିଇଁବା ମୁସ୍କିଲ କରିଦେଉଥିଲା। ହେଲେ ଏହି ନିୟମ କେବଳ ରାଜାମାନଙ୍କ ପାଖରେ ସୀମିତ ନ ଥିଲା, ବରଂ ରାଣୀମାନେ ମଧ୍ୟ କେଉଁଥିରେ କମ୍‌ ନ ଥିଲେ। ଆଜି ଆମେ ଆପଣଙ୍କୁ ଏମିତି ଜଣେ ରାଣୀଙ୍କ ବିଷୟରେ କହିବାକୁ ଯାଉଛୁ, ଯାହାଙ୍କ ନାମ ଥିଲା ରାଣୀ ଏନଜିଙ୍ଗା।

ଏନଜିଙ୍ଗା ଏମ୍‌ବାଂଦୀ ଜଣେ ତୀକ୍ଷ୍ଣ ବୁଦ୍ଧିସମ୍ପନ୍ନ ଏବଂ ନିଷ୍ଠୁର ରାଣୀ ଥିଲେ। ସେ ଏତେ ଚାଲାକ୍‌ ଥିଲେ ଯେ କେହି ତାଙ୍କୁ ଯୁଦ୍ଧରେ ହରାଇପାରୁ ନ ଥିଲେ। କିଛି ଲୋକ କହିଥାଆନ୍ତି, ସେ ବହୁତ ଭଲ ଥିଲେ। କିନ୍ତୁ କିଛି ଲୋକଙ୍କ ପାଇଁ ସେ କ୍ରୁର ଥିଲେ। ନିଜର ପରାକ୍ରମ ତଥା ଶକ୍ତି ବୃଦ୍ଧି କରିବା ପାଇଁ ସେ ନିଜ ଭାଇକୁ ମଧ୍ୟ ଛାଡ଼ି ନ ଥିଲେ। ଏନଜିଙ୍ଗା ଦେଖିବାକୁ ବହୁତ ଆକର୍ଷକ ଏବଂ ସୁନ୍ଦରୀ ଥିଲେ। ଯାହା ସହିତ ବି ସେ ଶାରୀରିକ ସମ୍ପର୍କ ରଖୁଥିଲେ, ତାଙ୍କୁ ଜିଅନ୍ତା ଜାଳି ମାରିଦେଉଥିଲେ।

phot1

ଏହାସହ ପଢ଼ନ୍ତୁ: ଅଜବ ପ୍ରଥା: ଏହି ମନ୍ଦିରରେ ମା’ ଦୁର୍ଗାଙ୍କୁ ପ୍ରସନ୍ନ କରିବା ପାଇଁ ଭକ୍ତମାନେ ପରସ୍ପର ଉପରକୁ ଫିଙ୍ଗନ୍ତି ନିଆଁ

ଏକ ପୁସ୍ତକରେ ଦାବି କରାଯାଇଛି ଯେ ରାଣୀ ଯଦି କାହା ସହିତ ସମ୍ବନ୍ଧ ବନାନ୍ତି, ତାଙ୍କୁ ଘରକୁ ଯିବାକୁ ଦିଅନ୍ତି ନାହିଁ। ସେହିଠାରେ ହିଁ ଜିଅନ୍ତା ଜାଳିଦିଅନ୍ତି। କେବଳ ଏତିକି ନୁହେଁ, ସେ ଅନେକ ପୁରୁଷଙ୍କୁ ନିଜ ପାଖରେ ବନ୍ଦୀ କରି ରଖିଥିଲେ ଏବଂ ସେମାନଙ୍କୁ ଝିଅଙ୍କ ପୋଷାକ ପିନ୍ଧିବାକୁ ବାଧ୍ୟ କରୁଥିଲେ। ଯେତେବେଳେ ତାଙ୍କ ପାଖରେ ଯୌନ ସମ୍ଭୋଗ ପ୍ରବୃତ୍ତି ଦେଖାଦେଉଥିଲା, ସେ ଦୁଇଜଣ ପୁରୁଷଙ୍କୁ ପରସ୍ପର ମଧ୍ୟରେ ଲଢ଼ିବାକୁ କହୁଥିଲେ। ଆଉ ଜିତିଥିବା ପୁରୁଷ ସହିତ ସମ୍ବନ୍ଧ ବନାଇ ତାଙ୍କୁ ମାରିଦେଉଥିଲେ।

Leave A Reply

Your email address will not be published.