Below header

କାଳ ହେଲା ବଜ୍ରପାତ, ଚାଲିଗଲା ଜୀବନ

କେନ୍ଦୁଝର(କେନ୍ଯୁଜ୍): କେନ୍ଦୁଝର ଜିଲ୍ଲା ପାଟଣା ଥାନା ଅନ୍ତର୍ଗତ ଚୁଟିଆପଶି ଗ୍ରାମରେ ଜଣେ ବ୍ଯକ୍ତିଙ୍କର ମୃତ୍ୟୁ ଘଟିଛି। ମୃତ ବ୍ଯକ୍ତି ଜଣକ ହେଉଛି ଚୁଟିଆପଶି ଗ୍ରାମର ପ୍ରଶାନ୍ତ କୁସୁମୁଳିଆ। ସୂଚନା ମୁତାବକ ବ୍ଯକ୍ତି ଜଣକ ଘରେ ଥିବା ବେଳେ ହିଁ ବଜ୍ରପାତର ଶିକାର  ହୋଇଥିଲେ। ବଜ୍ରପାତର ଶିକାର  ହେବା ପରେ ସଙ୍ଗେ ସଙ୍ଗେ ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ପାଟଣା ମେଡିକାଲ୍ ନିଆଯାଇଥିଲା। କିନ୍ତୁ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଛନ୍ତି। ଏନେଇ ପାଟଣା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.