ସୁନ୍ଦରପଦା ବୋତଣ୍ଡାରେ ଭାଇକୁ ଖଣ୍ଡାରେ ହାଣିଲା ଭାଇ, ଫେସବୁକରେ ପୋଷ୍ଟ କରି କହିଲା ‘ପକା ଖୁସି ତ’।

ଭୁବନେଶ୍ୱର (କେନ୍ୟୁଜ): ଭାଇ ହେଲା ଭଗାରି। ଭାଇକୁ ଖଣ୍ଡାରେ ହାଣିଲା, ଆଉ ହାଣିଲା ପରେ ଖୁସି ଅଛ କି ନାହିଁ ବୋଲି ଫେସବୁକରେ ପୋଷ୍ଟ କରି ପଚାରିଲା । ଏୟାରଫିଲଡ଼ ଥାନା ଅଧୀନ ବୋତଣ୍ଡା ଅଞ୍ଚଳର ପ୍ରକାଶ ବେହେରାଙ୍କୁ ତାଙ୍କ ସାନ ଭାଇ ରାକେଶ ବେହେରା ଖଣ୍ଡାରେ ହାଣି ଲହୁ ଲୁହାଣ କରିଥିବା ଅଭିଯୋଗ ହୋଇଛି । ସାମାନ୍ୟ କଳହକୁ କେନ୍ଦ୍ରକରି ସାନ ଭାଇ ବଡ଼ ଭାଇକୁ ଖଣ୍ଡାରେ ହାଣି ଲହୁଲୁହାଣ କରିଥିବା ନେଇ ଏୟାରଫିଲଡ଼ ଥାନାରେ ଅଭିଯୋଗ ହୋଇଛି । ଖଣ୍ଡାରେ ହାଣି ସାରିବା ପରେ, ଗେଟ ବାହାରକୁ ଘୋଷାଡ଼ି ନେଇ ସଙ୍ଗବଦ୍ଧ ଭାବରେ ଆକ୍ରମଣର ଫୁଟେଜ ସାମ୍ନାକୁ ଆସିଛି ।

ଏପରିକି ହାଣି ସାରିବା ପରେ, ଅଭିଯୁକ୍ତ ସିଗାରେଟ ଟାଣି ଭିଲେନ ଭଳି ପୋଜ ଦେଇ ଫେସବୁକରେ ‘ପକା ଖୁସି ତ’ ବୋଲି ଲେଖି ପୋଷ୍ଟ କରିଛି । ଘଟଣା ପରେ କୋଭିଡରେ ଆକ୍ରାନ୍ତ ସ୍ୱାମୀ ପ୍ରକାଶ ବେହେରା ଏବଂ ତାଙ୍କ ସ୍ତ୍ରୀ ଏମ୍ସରେ ଭର୍ତ୍ତି ହୋଇଥିବା ବେଳେ, ରାକେଶ ଓରଫ ରାକା ନାଁରେ ଥାନାରେ ଅଭିଯୋଗ କରିବା ସହ ଆତଙ୍କିତ ଅବସ୍ଥାରେ ଥିବା କହିଛନ୍ତି ।

ଅନ୍ୟପଟେ ଗତ ୩୦ ତାରିଖରେ ଘଟିଥିବା ଏହି ଘଟଣାର ସିସିଟିଭି ଫୁଟେଜକୁ ନେଇ ପୋଲିସ ତଦନ୍ତ ଆରମ୍ଭ କରିଥିବା ବେଳେ ମୁଖ୍ୟ ଅଭିଯୁକ୍ତ ଏବେବି ଫେରାର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.