Below header

ଫାଇନାଲ ମ୍ୟାଚ ପୂର୍ବରୁ ବିରାଟ କୋହଲି ଅଣ୍ଡର-୧୯ ଖେଳାଳିଙ୍କୁ ଦେଲେ ଟିପ୍ସ, କୌଶଲ ତାମ୍ବେ ସେୟାର କଲେ ପୋଷ୍ଟ

ଅଣ୍ଡର-୧୯ ବିଶ୍ୱକପ୍‌ ଅଧିନାୟକ ୟଶ ଧୂଲଙ୍କ ଶତକ ବଳରେ ଭାରତ ଅଷ୍ଟ୍ରେଲିଆକୁ ୯୬ ରନରେ ହରାଇ ଫାଇନାଲରେ ପ୍ରବେଶ କରିଛି। ଶନିବାର ଦିନ ଫାଇନାଲ ମ୍ୟାଚରେ ଇଂଲଣ୍ଡକୁ ଭେଟିବ ଭାରତ। ଇଂଲଣ୍ଡ ବିପକ୍ଷରେ ଫାଇନାଲ ମ୍ୟାଚ ପୂର୍ବରୁ ଭାରତୀୟ ଟିମର ପୂର୍ବ ଅଧିନାୟକ ବିରାଟ କୋହଲି ଅଣ୍ଡର-୧୯ ଟିମ୍‌ ସହିତ କଥାହୋଇଛନ୍ତି। କୌଶଳ ତାମ୍ବେ ଇନଷ୍ଟାଗ୍ରାମରେ ପୋଷ୍ଟ କରି ଏହା ଜଣାଇଛନ୍ତି।

ସୂଚନାଯୋଗ୍ୟ, ଆସନ୍ତକାଲି ଅଣ୍ଡର ୧୯ ବିଶ୍ୱକପ ଫାଇନାଲ । ଫାଇନାଲରେ ଭାରତ-ଇଂଲଣ୍ଡ ମୁକାବିଲା । ମ୍ୟାଚ୍‌ ପୂର୍ବରୁ ଅଣ୍ଡର ୧୯ ଟିମ୍‌ ସହ କଥା ହୋଇଛନ୍ତି ବିରାଟ କୋହଲି । ଅଧିନାୟକ ୟଶ ଧୂଲ, ରାଜବର୍ଦ୍ଧନ, କୌଶଲ ତାମ୍ବେଙ୍କ ସହ ଆଲୋଚନା କରିଛନ୍ତି କୋହଲି । ୧୪ ବର୍ଷ ତଳେ ୨୦୦୮ରେ ୟଶ ଧୂଲଙ୍କ ସ୍ଥାନରେ ଥିଲେ ବିରାଟ କୋହଲି । ଅଣ୍ଡର ୧୯ ଟିମକୁ ଶୁଭେଚ୍ଛା ଜଣାଇବା ସହ ଟିପସ୍‌ ଦେଇଛନ୍ତି ।

କୌଶଲ ତାମ୍ବେ ବିରାଟ କୋହଲିଙ୍କ ସହିତ ଏକ ଫଟୋ ସେୟାର କରି ଲେଖିଛନ୍ତି, ‘ଫାଇନାଲ ପୂର୍ବରୁ ଗ୍ରେଟେଷ୍ଟ ଅଫ ଅଲ ଟାଇମ୍‌’ ସହିତ କିଛି ଜରୁରୀ କଥାବାର୍ତ୍ତା। ଏହାଛଡା ଅଲରାଉଣ୍ଡର ରାଜବର୍ଦ୍ଧନ ହେଙ୍ଗରଗେକର ଲେଖିଛନ୍ତି, ‘ବିରାଟ କୋହଲି ଭାଇଙ୍କ ସହିତ କଥା ହେବା ବହୁତ ଭଲ ଥିଲା। ଆପଣଙ୍କ ଠାରୁ ଜୀବନ ଏବଂ କ୍ରିକେଟ ବିଷୟରେ ବହୁତ କିଛି ମହତ୍ତ୍ୱପୂର୍ଣ୍ଣ ଜିନିଷ ଶିଖିଛି। ଯାହା ଆଗାମୀ ସମୟରେ ବହୁତ ସାହାଯ୍ୟ କରିବ।

ଆସନ୍ତାକାଲି ୪ଥର ଚାମ୍ପିଅନ୍‌ ଭାରତ ଓ ଇଂଲଣ୍ଡ ମଧ୍ୟରେ ଫାଇନାଲ ଖେଳାଯିବ । ଦ୍ୱିତୀୟ ସେମିଫାଇନାଲରେ ଭାରତ ୯୬ ରନରେ ଅଷ୍ଟ୍ରେଲିଆକୁ ହରାଇ ଫାଇନାଲରେ ପ୍ରବେଶ କରିଛି । ଅଷ୍ଟମ ଥର ପାଇଁ ଫାଇନାଲରେ ଭାରତ । ସେମିରେ ଅଧିନାୟକ ୟଶ୍‌ ଧୂଲଙ୍କ ବିସ୍ଫୋରକ ଶତକୀୟ ଇନିଂସ ଦେଖିବାକୁ ମିଳିଥିଲା । ସେଖ୍‌ ରସିଦ ଅର୍ଦ୍ଧଶତକ କରିଥିଲେ । ଯାହାକୁ ନେଇ ଭାରତୀୟ ଅଣ୍ଡର ୧୯ ଟିମ୍‌କୁ ଖୁବ ପ୍ରଶଂସା କରାଯାଉଛି । ଅଣ୍ଡର ୧୯ ଟିମ୍‌ର ବ୍ୟାଟିଂ ହାଇ କ୍ଲାସ୍‌ର ବୋଲି କହିଛନ୍ତି କ୍ରିକେଟର ମାଇକେଲ ଭନ୍‌ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.