ଭାରତୀୟ ବଜାରରେ ଲଞ୍ଚ ହୋଇଛି ଜିଓମିର ଲାଟେଷ୍ଟ MIUI13 ଭର୍ସନ, ଷ୍ଟୋରେଜ ସହ ରହିଛି ଅନ୍ୟ ଜବରଦସ୍ତ ଫିଚର

ଜିଓମିର ଲାଟେଷ୍ଟ ସ୍କ୍ରିନ ଭର୍ସନ ଲଞ୍ଚ ହୋଇଛି। ଜିଓମି ଭାରତୀୟ ବଜାରରେ ଅଧିକାରିକ ରୂପେ MIUI 13 ଭର୍ସନକୁ ଲଞ୍ଚ କରିଛି। ଆଗକୁ ଏହା MI, Xiaomi ଓ Redmiର ବିଭିନ୍ନ ବ୍ରାଣ୍ଡରେ ବଜାରକୁ ଆସିବ। ଏହା ପୂର୍ବ ମଡେଲ ଠାରୁ ୬୦% ଅଧିକ ଉଭୟ ଲେଖିବା ଓ ପଢ଼ିବା ଏଫିସିଏନ୍ସିରେ ସୁଧାର ଆଣିବ। ଏହାସହ ଡିଭାଇସରେ ଡିଫ୍ରେଗମେଣ୍ଟେସନ ଏଫିସିଏନ୍ସିରେ ମଧ୍ୟ ନୂଆ ଅପଡେଟ ଆସିବ।

ଜିଓମିର ଏହି ସଫ୍ଟଓ୍ଵାର ଲାଟେଷ୍ଟ ଭର୍ସନରେ ଲିକ୍ୱିଡ ଷ୍ଟୋରେଜ ସହ ଏକ ନୂଆ ସିଷ୍ଟମ ଲେଭଲ ଫାଇଲ ଷ୍ଟୋରେଜ ସୁବିଧା ମଧ୍ୟ ଯୋଡ଼ା ଯାଇଛି। ଫିଚର କଥା ଧ୍ୟାନକୁ ଦେଲେ , ଏଥିରେ ଭିଜୁଆଲ ବେସ୍‌ରେ ଅନେକ ପରିବର୍ତ୍ତନ କରାଯାଇଛି। ଏହାସହ ସାଇଡବାର ମଧ୍ୟ ରହିଛି ଯେଉଁଥିରେ ୟୁଜର୍ସଙ୍କୁ ଫ୍ଲୋଟିଂ ଓ୍ଵିଣ୍ଡୋ ସହ ୧୦ଟି ଆପ୍‌ କୁ ତୁରନ୍ତ ଆକ୍ସେସ କରିବାର ସୁବିଧା ଦେବ। ଯାହାକୁ ମାତ୍ର ସିମ୍ପଲ ସ୍ୱାଇପ ଦ୍ୱାରା ଟ୍ରିଗର କରାଯାଇପାରିବ।

ଅପ୍ଟିମାଇଜଡ ଫାଇଲ ଷ୍ଟୋରେଜ ସହ , ର‍୍ୟାମ , ଫୋକସ ଆଲଗୋରଦିମସ୍‌ , ସ୍ମାର୍ଟ ବାଲାନ୍ସ ଦିଆଯାଇଛି। ଏହାସହ ଫାଷ୍ଟର ପର୍ଫମାନ୍ସ ସହ ପ୍ରାଇଭେସି ପ୍ରୋଟେକ୍ସନ ମଧ୍ୟ ରହିଛି। ଯାହାକି Mi pad କୁ ସପୋର୍ଟ କରିବ। ଏହାସହ କମ୍ପାନୀ ନୂଆ ଲାଇଭ ଓ୍ଵାଲପେପର ପାଇଁ ଭିଜୁଆଲ ଫର୍ମ ବ୍ୟୁଟି ଅଫ ସାଇନ୍ସ ସହ ଡିଲ ବା ଚୁକ୍ତି କରିଛି। କମ୍ପାନୀ ତରଫରୁ କିଛି କଷ୍ଟମ ଆପ୍‌ ଦିଆଯାଇଛି ଯାହାକୁ ଅନଇନଷ୍ଟଲ କରାଯାଇପାରିବ ନାହିଁ।

ଗ୍ଲୋବାଲି ଏହାର ଟେଷ୍ଟିଂ ଜାନୁଆରୀ ୨୪ରେ କରାଯାଇଥିଲା। ଭାରତରେ ଫେବୃଆରୀ ୩ ତାରିଖରେ ଏହି ଭର୍ସନକୁ ଲଞ୍ଚ କରାଯାଇଛି। ଆଗକୁ ଏହା ଜିଓମିର ସବୁ ସ୍ମାର୍ଟଫୋନରେ ଅପଡେଟ କରାଯିବ। ଯଦି ଆପଣ Mi 11 ultra , Mi 11 x pro, xiaomi 11t pro, mi 11x, xiaomi 11 lite NE 5g, Mi 11 lite, Redmi Note 10 pro max, Redmi note 10 pro, Redmi Note 10, Redmi 10 prime ଡିଭାଇସରୁ କେଉଁ ଗୋଟାକୁ ବ୍ୟବହାର କରୁଛନ୍ତି ତେବେ ଆପଣ ଏହି ସୁବିଧାର ଭରପୂର ମଜା ଉଠାଇପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.