Below header

ଅଜବ ମଣିଷର ଗଜବ ଦାବି : ରାସ୍ତା ଉପରେ ଶୋଇ ରହି ସ୍ବାମୀ କଲେ ହାଇଡ୍ରାମା, ସ୍ତ୍ରୀ, ପୁଅ ଓ ଝିଅଙ୍କୁ ଫେରାଇ ଆଣିବା ପାଇଁ ପୋଲିସ୍‌ ନିକଟରେ କଲେ ଦାବି

ଭଞ୍ଜନଗର(କେନ୍ୟୁଜ୍‌): ସହରର ମୁଖ୍ୟ ରାସ୍ତା ଉପରେ ଅର୍ଦ୍ଧ ବୟସ୍କଙ୍କ ହାଇଡ୍ରାମା । ଥାନା ଆଗରେ ଥିବା ରାସ୍ତା ଉପରେ ଶୋଇ ରହି ପ୍ରତିବାଦ । ଫଳରେ କିଛି ସମୟ ଧରି ଜନଗହଳିପୂର୍ଣ୍ଣ ସହରରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା । ଏ ହେଉଛି ଭଞ୍ଜନଗର ସହରର ଘଟଣା । ରାସ୍ତା ଉପରେ ଶୋଇ ରହିଥିବା ବ୍ୟକ୍ତି ଜଣକ , ନିକଟସ୍ଥ ଗାଙ୍ଗପୁର ଥାନା ଅନ୍ତର୍ଗତ ଗୋବରା ଗ୍ରାମର ଟୁନା ନାଇକ ।

ତାଙ୍କର ଅଭିଯୋଗ ମୁତାବକ , ତାଙ୍କ ସ୍ତ୍ରୀ , ପୁଅ ଏବଂ ଝିଅ ତାଙ୍କୁ ମାଡ଼ ମାରିବା ସହ ତାଙ୍କୁ ଛାଡି ଘରୁ ଅନ୍ୟତ୍ର ଚାଲି ଯାଇଛନ୍ତି । ଏପରିକି ପରିବାର ଲୋକେ, ତାଙ୍କ ନାମରେ ଭଞ୍ଜନଗର ଥାନାରେ ଏତାଲା ଦେଇଥିଲେ । ଫଳରେ ଏତାଲା ଆଧାରରେ ଟୁନା ନାଇକକୁ , ପୋଲିସ୍ ଗିରଫ କରିଥିଲା ।

କିଛି ଦିନ ପୂର୍ବରୁ ସେ ଜେଲ୍ ରୁ ଆସିଥିବା ବେଳେ ସ୍ତ୍ରୀ ଏବଂ ପୁଅ ଓ ଝିଅ ତାଙ୍କ ଘରକୁ ଆଉ ଆସୁ ନାହାଁନ୍ତି । ଏଣୁ ତାଙ୍କ ସ୍ତ୍ରୀ ଏବଂ ପୁଅ, ଝିଅଙ୍କୁ  ପୋଲିସ୍ ଆଣିଦେଉ ବୋଲି ଅଜବ ଦାବି କରି ରାସ୍ତା ଉପରେ ଶୋଇ ରହି ପ୍ରତିବାଦ କରିଥିଲେ ଟୁନା । ତେବେ ପୋଲିସ , ରାସ୍ତା ଉପରୁ ଟୁନାକୁ ଉଠାଇବା ପରେ , ସହରରେ ଯାନବାହାନ ଚଳାଚଳ ସ୍ଵାଭାବିକ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.