ଆପଣଙ୍କୁ ଦରକାର କି ପାର୍ଲର ଭଳି ଉଜ୍ଜ୍ୱଳ ଚେହେରା? ଘରେ ହିଁ କ୍ଷୀରରେ କରନ୍ତୁ ଫେସିଆଲ

ତ୍ୱଚାରେ ଚମକ ବଜାୟ ରଖିବା ପାଇଁ ଫେସିଆଲ କିମ୍ବା କ୍ଲିନ୍‌ଅପ କରାଇବା ବହୁତ ଜରୁରୀ ହୋଇଥାଏ। ଏମିତିରେ ଆପଣ ଘରେ ହିଁ କ୍ଷୀର ସାହାଯ୍ୟରେ ନିଜର ଫେସିଆଲ କରି ପାରିବେ। ଏହା ଆପଣଙ୍କ ସ୍କିନ୍‌ରୁ ଚିହ୍ନ, ଦାଗ, ଚର୍ମ କୁଞ୍ଚନ ଭଳି ସମସ୍ୟାକୁ ଦୂରେଇ ଦେବ। ଏଥି ସହିତ ତ୍ୱଚାକୁ ଉଜ୍ଜ୍ୱଳ ରଖିବାରେ ମଧ୍ୟ ସହାୟକ ହେବ। ଆଜି ଆମେ ଆପଣଙ୍କୁ କ୍ଷୀରରେ ଫେସିଆଲ କରିବାର ସହଜ ଉପାୟ ବିଷୟରେ କହିବୁ। ଆସନ୍ତୁ ଜାଣିବା…

କ୍ଲିଜିଙ୍ଗ୍‌: ଫେସିଆଲ ପୂର୍ବରୁ ପ୍ରଥମେ ସ୍କିନ୍‌କୁ ଭଲ ଭାବରେ ସଫା କରନ୍ତୁ। ଏଥିପାଇଁ ଆପଣ କ୍ଷୀରରେ ତ୍ୱଚା କ୍ଲିନ୍‌ କରନ୍ତୁ। ଏହାକୁ ଚେହେରାରେ ଲଗାଇ ହାଲୁକା ହାତରେ ଧୀରେ ଧୀରେ ମସାଜ କରନ୍ତୁ। କିଛି ସମୟ ପର୍ଯ୍ୟନ୍ତ ଏହାକୁ ସେମିତି ଛାଡ଼ି ଦିଅନ୍ତୁ। ପରେ ଚେହେରାକୁ ସଫା ପାଣିରେ ଧୋଇ ନିଅନ୍ତୁ। ଆପଣ ଚାହିଁଲେ ଏଥିରେ ଲେମ୍ବୁ କିମ୍ବା ଟମାଟର ରସ ମଧ୍ୟ ମିଶାଇ ପାରିବେ।

ସ୍କ୍ରବିଙ୍ଗ୍‌: ଡେଡ୍‌ ସ୍କିନ୍‌ ସେଲ୍ସକୁ ହଟାଇବାରେ ସ୍କ୍ରବିଙ୍ଗ୍‌ ବହୁତ ଜରୁରୀ ହୋଇଥାଏ ଏବଂ ଏହା ସ୍କିନ୍‌କୁ ଅଧିକ ଉଜ୍ଜ୍ୱଳ କରାଇଥାଏ। ସ୍କ୍ରବିଙ୍ଗ୍‌ ପାଇଁ ପ୍ରଥମେ କଫି ପାଉଡରରେ ଅଳ୍ପ କଞ୍ଚା କ୍ଷୀର ମିଶାନ୍ତୁ। ଏବେ ଏହାକୁ ନିଜ ସ୍କିନ୍‌ରେ ଲଗାନ୍ତୁ ଏବଂ ହାଲୁକା ହାତରେ ସ୍କ୍ରବ୍‌ କରନ୍ତୁ। ଆପଣ ଚାହିଁଲେ କଫି ପାଉଡର ଜାଗାରେ ଚାଉଳ ଚୁନା ମଧ୍ୟ ନେଇ ପାରିବେ। କିନ୍ତୁ ଧ୍ୟାନ ରଖିବେ କି, ଆପଣଙ୍କୁ ହାଲୁକା ହାତରେ ହିଁ ସ୍କ୍ରବ୍‌ କରିବାର ଅଛି। ୩ରୁ ୪ ମିନିଟ୍‌ ଯାଏ ଭଲ ଭାବରେ ସ୍କ୍ରବ୍‌ କରନ୍ତୁ। ଏହାପରେ ସ୍କିନ୍‌କୁ ପାଣିରେ ସଫା କରି ଦିଅନ୍ତୁ।

ମସାଜ: ମସାଜ ରକ୍ତ ସଞ୍ଚାଳନରେ ଉନ୍ନତି ଆଣିବାରେ ସହାୟକ ହୋଇଥାଏ। ଏହାକୁ କରିବା ପାଇଁ ପ୍ରଥମେ ଏକ ପାତ୍ରରେ ଅଳ୍ପ କଞ୍ଚା କ୍ଷୀର ଏବଂ ମହୁ ମିଶାଇ ପେଷ୍ଟ୍‍ ପ୍ରସ୍ତୁତ କରନ୍ତୁ। ଏହି ପେଷ୍ଟ୍‍କୁ ନିଜ ଚେହେରାରେ ଲଗାନ୍ତୁ। ପାଖାପାଖି ୨୦ ମିନିଟ୍‌ ପର୍ଯ୍ୟନ୍ତ ଏହାକୁ ହାତ ସାହାଯ୍ୟରେ ସମାଜ କରନ୍ତୁ। ପୁଣି ୧୦ ମିନିଟ୍‌ ପାଇଁ ଏହାକୁ ସେମିତି ହିଁ ଛାଡ଼ି ଦିଅନ୍ତୁ। ଏହାପରେ ମୁହଁ ଧୋଇ ନିଅନ୍ତୁ।

ଫେସ୍‌ ପ୍ୟାକ: ଏହା ଫେସିଆଲର ଶେଷ ପର୍ଯ୍ୟାୟ। ଫେସ୍‌ ପ୍ୟାକ୍‌ ପ୍ରସ୍ତୁତ ପାଇଁ ଏକ ବଡ଼ ଚାମଚ କଞ୍ଚା କ୍ଷୀର ନିଅନ୍ତୁ ଏବଂ ସେଥିରେ ଅମୃତଭଣ୍ଡାକୁ ମ୍ୟାଶ୍‌ କରି ମିଶାଇ ଦିଅନ୍ତୁ। ଏବେ ଏହାର ମୁଲାୟମ ପେଷ୍ଟ୍‍ ତିଆରି କରି ନିଜ ସ୍କିନ୍‌ରେ ଲଗାନ୍ତୁ। ୧୦/୧୫ ମିନିଟ୍‌ ପରେ ମୁହଁ ଧୋଇ ଦିଅନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.