ରାଜଧାନୀର ବିଚ୍‌ ରାସ୍ତାରେ ଯୁବକଙ୍କୁ ଛୁରାମାଡ଼ ଘଟଣା: କମେଣ୍ଟ ମରା ଥିଲା ମୁଖ୍ୟ କାରଣ

ଭୁବନେଶ୍ବର(କେନ୍ୟୁଜ୍):   କମେଣ୍ଟ ମରାକୁ ନେଇ ଗଡିଲା ମୁଣ୍ଡ। ରାଜଧାନୀରେ ବୀଭତ୍ସ ହତ୍ୟା। ବିଚ୍‌ ରାସ୍ତାରେ ଯୁବକଙ୍କୁ ଛୁରାମାଡ଼ । ଭୁବନେଶ୍ୱର ସୈନିକ ସ୍କୁଲ ନିକଟ ପ୍ରେସ ଛକ ଠାରେ ହତ୍ୟାକାଣ୍ଡ ଘଟିଛି । ଗୋଷ୍ଠୀ ବିବାଦରୁ ଜଣେ ଯୁବକଙ୍କୁ ହତ୍ୟା କରାଯାଇଛି। ରାସ୍ତାକଡ଼ ଫୁଟ୍‌ପାଥରେ ଉଭୟ ଗୋଷ୍ଠୀ ମଧ୍ୟରେ କଥା କଟାକଟି ହୋଇଥିଲା । ପରେ ଉତ୍‌କ୍ଷିପ୍ତ ହୋଇ ଜଣେ ଯୁବକ ଗୋଟିଏ ଗୋଷ୍ଠୀର ଯୁବକଙ୍କୁ ଆକ୍ରମଣ କରିଥିଲା । ଏଥିରେ ଜଣଙ୍କ ମୃତ୍ୟୁ ଘଟିଥିଲା। ମୃତ ଯୁବକ ଗାଡ଼କଣ ଗାଁର ।

murder1

ସହିଦନଗର ପୋଲିସ ଘଟଣାର ତଦନ୍ତ କରୁଛି। ଘଟଣାରେ ଜଣଙ୍କୁ ଅଟକ ରଖାଯାଇ ପଚରା ଉଚରା ଚାଲିଛି। ମାଷ୍ଟରମାଇଣ୍ଡ ଓ ଅନ୍ୟ ଅଭିଯୁକ୍ତ ମାନଙ୍କୁୁ ଧରିବା ପାଇଁ ଏକ ସ୍ୱତନ୍ତ୍ର ଟିମ୍‌ ଗଠନ କରାଯାଇଛି। ଭୁବନେଶ୍ୱର ବାହାରକୁ ଏକ ଟିମ୍‌ ପଠାଯାଇଛି। କମେଣ୍ଟ ମରାକୁ ନେଇ ଗଣ୍ଡଗୋଳ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି। ଘଟଣାରେ ୫ଜଣଙ୍କ ନାଁରେ ମାମଲା ରୁଜୁ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.