ଭୟଙ୍କର ଦୁର୍ଘଟଣା! ୪ଟି ଭ୍ୟାନ୍ ଗାଡି ଉପରେ ମାଡିଗଲା ଔଷଧ ବୋଝେଇ ମିନିଟ୍ରକ୍, ଡ୍ରାଇଭର ଗିରଫ

ରେଢାଖୋଲ(କେନ୍ୟୁଜ୍):୪ଟି ଭ୍ୟାନ୍‌ ଉପରେ ମାଡ଼ିଗଲା ଔଷଧ ବୋଝେଇ ଟ୍ରକ। ସୌଭାଗ୍ୟବଶତଃ ଏତେ ବଡ଼ ଦୁର୍ଘଟଣାରୁ ବଞ୍ଚିଯାଇଛନ୍ତି ୪ଜଣ ପିକଅପ୍‌ ଡ୍ରାଇଭର। ଏଭଳି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି ରେଢାଖୋଲ ସହର ୫୫ ନମ୍ବର ଜାତୀୟ ରାଜପଥ ଭୀମଭୋଇ ଛକ ନିକଟରେ। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଗାଡି ଗୁଡିକ ଭାଙ୍ଗି ଚୁରମାର ହୋଇ ଯାଇଛି।

ଗତକାଲି ରାତିରେ ୪ଟ୍‌ ପିକଅପ୍‌ ଭ୍ୟାନ୍‌ କଟକ ଓ ଭୁବନେଶ୍ୱରରୁ ମାଲ ଲୋଡ୍‌ କରି ବରଗଡ଼ ଅଭିମୁଖେ ବାହାରିଥିଲେ। ରେଢାଖୋଲ ନିକଟରେ ଗାଡି ଗୁଡିକ ପଛକୁ ପଛ ଛିଡା କରି ଶୋଇଥିଲେ। ଏହି ସମୟରେ ଏକ ମେଡିସିନ୍‌ ବୋଝେଇ ଟ୍ରକ ଦ୍ରିତ ଗତିରେ ଆସି ୪ଟି ଭ୍ୟାନ୍‌କୁ ଧକ୍କା ଦେଇଥିଲା। ପରେ ଟ୍ରକ ଟି ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟି ପଡିଥିଲା। ପୋଲିସ ଗାଡି ଗୁଡିକ ଜବତ କରିବା ସହ ଟ୍ରକ ଡ୍ରାଇଭରକୁ ଗିରଫ କରି ତଦନ୍ତ କରୁଛି।