ବୈଜ୍ଞାନିକଙ୍କ ଚେତାବନୀ! ମଣିଷ ପାଇଁ ଆସିବ ୬ଷ୍ଠ ପ୍ରଳୟ, ବଢ଼ିବ ଉତ୍ତାପ, କମିବ ଅକ୍ସିଜେନ, ପାଣି ହେବ ବିଷମୟ

ନୂଆଦିଲ୍ଲୀ : ଯେତେବେଳେ ବିପର୍ଯ୍ୟୟ, ବିନାଶ, କିମ୍ବା ଧ୍ୱଂସ ଆସେ ସମଗ୍ର ପ୍ରଜାତି ଏକସଙ୍ଗେ ପୃଥିବୀରୁ ଅଦୃଶ୍ୟ ହୁଅନ୍ତି। କୁହାଯାଉଛି ଯେ ଶେଷ ବିପର୍ଯ୍ୟୟ ପ୍ରାୟ ୬୫ ନିୟୁତ ବର୍ଷ ପୂର୍ବେ ଆସିଥିଲା, ଯେତେବେଳେ ଡାଇନୋସରମାନେ ପୃଥିବୀରୁ ବିନାଶ ହୋଇଯାଇଥିଲେ। ଏହାକୁ ୫ମ ସାମୁହିକ ବିନାଶ କୁହାଯାଏ । ତେବେ ପୁଣି ୬ଷ୍ଠ ପ୍ରଳୟ ଆସିବ ବୋଲି ବୈଜ୍ଞାନିକମାନେ ଆଶଙ୍କା ପ୍ରକାଶ କରିଛନ୍ତି । ଏହାଦ୍ୱାରା ମଣିଷ ସମେତ ଅନେକ ଜୀବଜନ୍ତୁ ଧ୍ୱଂସ ହୋଇପାରନ୍ତି । ଏହି ବିନାଶ ବାୟୁ ଓ ପାଣିରେ ଅକ୍ସିଜେନର ଅଭାବରୁ ଦେଖାଦେବ ବୋଲି ଅନୁମାନ କରାଯାଉଛି ।
ପ୍ରାୟ ୪୪୩ ନିୟୁତ ବର୍ଷ ପୂର୍ବେ ପ୍ରଥମ ପ୍ରଳୟ ଘଟିଥିଲା | ଏହାକୁ ଏଣ୍ଡ-ଅର୍ଡୋଭିସିଆନ୍ କୁହାଯାଉଥିଲା | ସେ ସମୟରେ ପୃଥିବୀ ପୃଷ୍ଠରେ ଯେତେ ପାଣି ଥିଲା, ତାହା ସବୁ ବରଫରେ ପରିଣତ ହୋଇଯାଇଥିଲା । ସମୁଦ୍ର ଓ ବାହାରର ଜୀବଜନ୍ତୁ ଥଣ୍ଡା କାରଣରୁ ମୃତ୍ୟୁବରଣ କରିଥିଲେ । ଏହି ସମୟରେ ପାଖାପାଖି ୮୬ ପ୍ରଜାତି ଧ୍ୱଂସ ପାଇଯାଇଥିଲା । ଅବଶିଷ୍ଟ ପ୍ରଜାତି ଜଳବାୟୁ ଅନୁସାରେ ନିଜକୁ ବଞ୍ଚାଇ ନେଇଥିଲେ । ୨୦୨୭ରେ ପ୍ରକାଶିତ କରେଣ୍ଟ ବାୟୋଲୋଜି ଜର୍ନାଲ୍ ରେ ଏ ବାବଦରେବିସ୍ତୃତ ଭାବେ କୁହାଯାଇଛି ।
ଦ୍ୱିତୀୟ ପ୍ରଳୟ ପ୍ରାୟ ୩୫୯ ରୁ ୩୮୦ ନିୟୁତ ବର୍ଷ ପୂର୍ବେ ଆସିଥିଲା।ଏହି ବାବଦରେ ବୈଜ୍ଞନିକ ମାନଙ୍କର କୌନଦୀ ଧାରଣା ନାହିଁ । ଏହି ସମୟରେ ଜ୍ୱାଳାମୁଖୀଗୁଡ଼ିକ ଅଚାନକ ଆକ୍ଟିଭ ହୋଇଯିବାରୁ ଅକ୍ସିଜେନର ସ୍ତର କମ୍ ହୋଇଯାଇଥିଲା । ଫଳରେ ଜୀବଜନ୍ତୁ ଧ୍ୱଂସ ପାଇବାରେ ଲାଗିଥିଲେ । ଏହା ଏତେ ଭୟଙ୍କର ଥିଲା ଯେ ସେ ସମୟରେ ଥିବା ୭୫ ପ୍ରତିଶତରୁ ଅଧିକ ପ୍ରଜାତି ଧ୍ୱଂସ ପାଇଯାଇଥିଲେ ।
ସେହିପରି ପ୍ରାୟ୨୫୧ ନିୟୁତ ବର୍ଷ ପୂର୍ବେ ତୃତୀୟ ପ୍ରଳୟ ଆସିଥିଲା। ଏହି ବ୍ୟାପକ ଧ୍ୱଂସ ପାଇଁ ସାଇବରିଆର ଆଗ୍ନେୟଗିରି ଦାୟୀ ଥିଲା | ଫଳରେ ସମୁଦ୍ର ଓ ବାୟୁରେ ବିଷ, ଏସିଡ୍ ବ୍ୟାପି ଯାଇଥିଲା । ଏହି ସମୟରେ ଓଜନ ସ୍ତର ଫାଟି ଯିବାରୁ ଭୟଙ୍କର ସୂର୍ଯ୍ୟ ରଶ୍ମୀ ନିର୍ଗତ ହୋଇଥିଲା । ଫଳରେ ରେଡିଏସନ ଦ୍ୱାରା ଜଙ୍ଗଲ ଜଳି ଧ୍ୱଂସ ହେବା ସହ ଫଙ୍ଗସ୍ ବ୍ୟତୀତ ଅନେକ ପ୍ରଜାତି ସମାପ୍ତ ହୋଇଯାଇଥିଲେ । ପାଖାପାଖି ୨୧୦ ମିଲିୟନ ବର୍ଷ ପୂର୍ବରୁ ଚତୁର୍ଥ ପ୍ରଳୟ ହୋଇଥିଲା। ଯାହାକୁ ଏଣ୍ଡ ଟ୍ରାୟାସିକ୍ ପିରିୟଡ୍ କୁହାଯାଉଥିଲା । ଏଥିରେ ୮୦ ପ୍ରଜାତି ଧ୍ୱଂସ ପାଇଯାଇଥିଲେ । ଏଷ୍ଟରଏଡ ଧରିତ୍ରୀ ସହ ଧକ୍କା ହେବାରୁ ଅକ୍ସିଜେନ ସମାପ୍ତ ହୋଇଯାଇଥିଲା ।
ତେବେ ଶେଷ ବା ପଞ୍ଚମ ପ୍ରଳୟ ପ୍ରାୟ ୬୫.୫ ନିୟୁତ ବର୍ଷ ପୂର୍ବେ ଆସିଥିଲା ବୋଲି ବୈଜ୍ଞାନିକ ମାନେ କହିଛନ୍ତି । ଏହି ପ୍ରଳୟ ଉପରେ ଦୀର୍ଘ ଦିନ ଧରି ବିତର୍କ ଚାଲିଥିଲା, ଏହାର କାରଣ କ’ଣ ଥିଲା? ଏହି ସମୟ ମଧ୍ୟରେ ପୃଥିବୀ ସହିତ ଏକ ଗ୍ରହ ଧକ୍କା ହୋଇଥିଲା ବୋଲି କୁହାଯାଉଛି । ଏହି ପ୍ରଳୟ ଯୋଗୁ ପୃଥିବୀ ପୃଷ୍ଠରୁ ଅମ୍ଳଜାନ ଶେଷ ହୋଇଗଲା ଏପରିକି ଡାଇନୋସର ପରି ଶକ୍ତିଶାଳୀ ପ୍ରଜାତି ସଂଖ୍ୟା ମଧ୍ୟ ଲୋପ ପାଇଗଲା।
ତେବେ ବର୍ତ୍ତମାନ ଷଷ୍ଠ ବିନାଶ କଥା ବୈଜ୍ଞାନିକମାନେ ଚର୍ଚ୍ଚା କଲେଣି । ମଣିଷ ଦ୍ୱାରା ଷଷ୍ଠ ପ୍ରଳୟ ହେବ ବୋଲି ନବେ ଦଶକ ପ୍ରାରମ୍ଭରେ ପ୍ରସିଦ୍ଧ ଜୀବାଶ୍ମ ବୈଜ୍ଞାନିକ ରିଚାର୍ଡ ଲିକେ ଚେତାବନୀ ଦେଇଥିଲେ । ପୂର୍ବ ୫ଟି ପ୍ରଳୟ ପ୍ରାକୃତିକ ବିପତ୍ତି ପାଇଁ ଆସିଥିଲା । ମାତ୍ର ମଣିଷ ଅଧିକ ଭୟଙ୍କର କାର୍ଯ୍ୟକଳାପରେ ଲିପ୍ତ ରହିବା ସହ ଧରିତ୍ରୀ ପୃଷ୍ଠରୁ ଅକ୍ସିଜେନର ମାତ୍ରା ହ୍ରାସ କରିବାରେ ଲାଗିଛି । ତେଣୁ ଆଗାମୀ ମହାପ୍ରୟସ ପାଇଁ ଜୀବଜନ୍ତୁ ନୁହଁ ବରଂ ମଣିଷ ଦାୟୀ ରହିବ । କାରଣ ମାନବ କାର୍ଯ୍ୟକଳାପ ପୃଥିବୀରେ ଅମ୍ଳଜାନ ହ୍ରାସ କରୁଛି।
ଧୀରେ ଧୀରେ ଏହି ପ୍ରଳୟ ଆରମ୍ଭ ହୋଇସାରିଲାଣି । ଏହାକୁ ବ୍ୟାକଗ୍ରାଉଣ୍ଡ୍ ରେଟ୍ କୁହାଯାଉଛି । ଧରିତ୍ରୀରୁ ବିଭିନ୍ନ ପ୍ରଜାତି ଧ୍ୱଂସ ପାଉଛନ୍ତି । ଏହି ହ୍ରାସ ୧୦୦ ଗୁଣା ଅଧିକ ବେଗରେ ଘଟୁଛି । ଅର୍ଥାତ ମଣିଷ ପାଇଁ ଜୀବଜନ୍ତୁମାନେ ଦ୍ରୁତ ବେଗରେ ଧ୍ୱଂସ ପାଉଛନ୍ତି । ପ୍ରୋସିଡିଙ୍ଗସ୍ ଅଫ୍ ନ୍ୟାସନାଲ୍ ଏକାଡେମୀ ଅଫ୍ ସାଇନ୍ସେସ୍ (PNAS) ରେ, ବୈଜ୍ଞାନିକମାନଙ୍କର ଏକ ଗ୍ରୁପ କ୍ରମାଗତ ଭାବରେ ଏହି ବିଷୟରେ ଅଧ୍ୟୟନ କରୁଛନ୍ତି | ଆଗାମୀ ଦିନରେ ବ୍ୟାକ୍ଟେରିଆ, ଫଙ୍ଗସ, ବୃକ୍ଷଲତା, ପକ୍ଷୀ, ମାଛ ସବୁ ଜଳବାୟୁ ପରିବର୍ତ୍ତନ ପାଇଁ ଗାଏବ ହୋଇଯିବେ । ଯେଉଁ ଭଳି ଭାବେ ଧରିତ୍ରୀ ଉତ୍ତପ୍ତ ହେଉଛି, ମହାସାଗରଗୁଡ଼ିକର ବରଫ ମଧ୍ୟ ତରଳିବାରେ ଲାଗିଛି । ଏହାଫଳରେ ଜ୍ୱାଳାମୁଖୀଗୁଡ଼ିକ ଫାଟିଯିବ । ପାଣି ଏତେ ଗରମ ହୋଇଯିବ ଯେ, ସେଥିରେ ଅକ୍ସିଜେନର ସ୍ତର କମିଯିବ । ପରିଣାମ ସ୍ୱରୂପ, ସାମୁଦ୍ରିକ ଜୀବଜନ୍ତୁ ମରିବାରେ ଲାଗିବେ ।
ଦୁନିଆର ଅନେକ ଦେଶ ବିପର୍ଯ୍ୟୟ, ମରୁଡ଼ି ଏବଂ ଭୂକମ୍ପ ମଧ୍ୟ ଦେଖିସାରିଲେଣି । ଏଥିରେ ସବୁଠାରୁ ବଡ଼ କଥା ହେଉଛି ସତର୍କ ହେବା ପରିବର୍ତ୍ତେ ଜଙ୍ଗଲ କଟାଯାଉଛି। ମିଳିତ ଜାତିସଂଘର ଖାଦ୍ୟ ଏବଂ କୃଷି ସଂଗଠନ ଅନୁଯାୟୀ, ୨୦୧୫ ଠାରୁ ପ୍ରତିବର୍ଷ ପ୍ରାୟ ୨୪ ନିୟୁତ ଏକର ଜଙ୍ଗଲ କଟାଯାଉଛି। ପରବର୍ତ୍ତୀ ପ୍ରଳୟ କେବେ ଆସିବ ତାହା ଏପର୍ଯ୍ୟନ୍ତ ଜଣା ପଡିନାହିଁ, କିନ୍ତୁ ଅନେକ ବୈଜ୍ଞାନିକ ଏବେ ଭିନ୍ନ ଭିନ୍ନ ମତ ଦାବି କରୁଛନ୍ତି। ତେବେ ୨୧୦୦ ବର୍ଷ ପୂର୍ବରୁ ବିନାଶ ଆସିପାରେ ବୋଲି ରିସର୍ଚ୍ଚ ଆଧାରରେ କୁହାଯାଇଛି ।