କତାରରେ ସୁନ୍ଦରୀ ଓ୍ଵାଲ୍ଡକପ୍‌: ବ୍ୟୁଟି କଣ୍ଟେଷ୍ଟ ଜିତିବାକୁ ଓଟଙ୍କ ମଧ୍ୟରେ ଚାଲିଛି ପ୍ରତିଯୋଗିତା

କତାର: ବ୍ୟୁଟି କଣ୍ଟେଷ୍ଟ ଜିତିବାକୁ ଓଟଙ୍କ ମଧ୍ୟରେ ପ୍ରତିଯୋଗିତା । କତାରରେ ଆରମ୍ଭ ହୋଇଛି ନିଆର ଓଟଙ୍କ ସୁନ୍ଦରୀ ଓ୍ଵାଲ୍ଡକପ୍‌ । ଏପଟେ କତାରରେ ଫିଫା ଓ୍ଵାଲ୍ଡ କପ୍‌ ଚାଲିଥିବାବେଳେ ସେପଟେ ସୁନ୍ଦରୀ ଓ୍ଵାଲ୍ଡକପରେ ଭାଗ ନେଇଛନ୍ତି ଓଟ । ବିଭିନ୍ନ ଗଲ୍ଫ ଦେଶରୁ ଆସିଛନ୍ତି ଓଟ। ସାଉଦି ଆରବ, ଓମାନ, କୁଏତ ଆଦି ଦେଶରୁ ମାଲିକ ମାନେ ନିଜ ସୁନ୍ଦରୀ ଓଟଙ୍କୁ ଆଣି କତାରରେ ପହଞ୍ଚିଛନ୍ତି ।

ସେମାନଙ୍କୁ ବିଭିନ୍ନ ପ୍ରତିଯୋଗିତାରେ ସାମିଲ କରାଯାଉଛି । ସୁନ୍ଦରୀ ପ୍ରତିଯୋଗିତାରେ ଜିତିବା ପାଇଁ ଓଟଙ୍କ ପାଇଁ କରାଯାଇଛି କିଛି ନିର୍ଦ୍ଦିଷ୍ଟ ମାପଦଣ୍ଡ । ଓଟଙ୍କ ଶରୀର ଆଖି, କାନ ଓ ମୁଣ୍ଡ ଅନୁସାରେ ନିର୍ଦ୍ଧାରିତ ହେଉଛି କିଏ ଜିତିବ ଟାଇଟେଲ । ଓଟର ବେକ ସରୁ ଓ ଲମ୍ବା ହେବ ସହ ଓଠ ଲମ୍ବା ହୋଇ ତଳକୁ ବାହାରିଥିବା ଦରକାର ।

ଏହା ସହ ଓଟର ଚାଲି ମଧ୍ୟ ସୁନ୍ଦର ହେବା ନିତ୍ଯାନ୍ତ ଆବଶ୍ୟକ । ଅଲଗା ଅଲଗା ପ୍ରଜାତିର ଓଟ ପାଇଁ ରହିଛି ଭିନ୍ନ ଭିନ୍ନ ସୁନ୍ଦରତାର ପରିମାପ। ଓଟ କାନର ଅବସ୍ଥିତି ସୁନ୍ଦରତା ପରିମାପରେ ବହୁ ଗୁରୁତ୍ୱ ବହନ କରେ ବୋଲି କହିଛନ୍ତି ଆୟୋଜକ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.