ମାଲକାନଗିରି ଜିଲ୍ଲାପାଳଙ୍କ ନାଁରେ ଥାନାରେ ହତ୍ୟା ମାମଲା ରୁଜୁ

କେନ୍ୟୁଜ ବ୍ୟୁରୋ : ମାଲକାନଗିରି ଜିଲ୍ଲାପାଳଙ୍କ ନାଁରେ ଥାନାରେ ହତ୍ୟା ମାମଲା ରୁଜୁ। ଜିଲ୍ଲାପାଳଙ୍କ ବ୍ୟକ୍ତିଗତ ସହାୟକ ଦେବନାରାୟଣ ପଣ୍ଡାଙ୍କ ମୃତ୍ୟୁକୁ ନେଇ ଏହି ମାମଲା ରୁଜୁ ହୋଇଛି । ଗତ ଡିସେମ୍ବର ୨୭ ତାରିଖ ଦିନ, ସତୀଗୁଡ଼ା ଡ୍ୟାମରୁ ଦେବନାରାୟଣଙ୍କ ମୃତ ଦେହ ଉଦ୍ଧାର ହୋଇଥିଲା ।

ଏ ଘଟଣାକୁ ନେଇ କିଛି ଦିନ ତଳେ ଦେବନାରାୟଣଙ୍କ ପତ୍ନୀ, ଜିଲ୍ଲାପାଳ ମନୀଷ ଅଗ୍ରୱାଲଙ୍କ ସହ ୪ ଜଣଙ୍କ ନାଁରେ ଏସ୍‌ଡିଜେଏମ୍‌ କୋର୍ଟରେ ମାମଲା ରୁଜୁ କରିଥିଲେ। କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ, ମାଲକାନଗିରି ଥାନାରେ କେଶ ନମ୍ବର ୪୦୧/୨୦ରେ ମାମଲା ରୁଜୁ ହୋଇଛି । ଲାଗିଛି ଆଇପିସି ଧାରା ୩୦୨, ୫୦୬, ୨୦୧, ୨୦୧୪, ୧୨୦-ବି ଏବଂ ୩୪। ଘଟଣାର ତଦନ୍ତ ଦାୟିତ୍ୱ ନେଇଛନ୍ତି ଡିଏସ୍‌ପି ବଳଭଦ୍ର ଦୀପ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.