ଆସନ୍ତାକାଲିଠୁ ସବୁ ଆରଟିଓରେ ଲର୍ଣ୍ଣର୍ସ ଲାଇସେନ୍ସ ଟେଷ୍ଟ

କେନ୍ୟୁଜ ବ୍ୟୁରୋ : ଆସନ୍ତାକାଲିଠୁ ରାଜ୍ୟର ସବୁ ଆରଟିଓରେ ହେବ ଲର୍ଣ୍ଣର୍ସ ଲାଇସେନ୍ସ ଟେଷ୍ଟ । କରୋନା ମହାମାରୀ ପାଇଁ ପାଖାପାଖି ୮ ମାସ ହେବ ଲର୍ଣ୍ଣର୍ସ ଲାଇସେନ୍ସ ଟେଷ୍ଟ ବନ୍ଦ ଥିଲା । ପୂର୍ବରୁ ଯେଉଁମାନେ ଆବେଦନ କରିଥିଲେ କେବଳ ସେମାନେ ହିଁ ଟେଷ୍ଟ ଦେବେ । ୨ ଲକ୍ଷ ଲୋକଙ୍କ ଆବେଦନ ବକେୟା ରହିଥିଲା । ତେଣୁ ପେଣ୍ଡିଂଥିବା ଲୋକଙ୍କ ଟେଷ୍ଟ ସରିବା ପରେ ନୂଆ ଆବେଦନକାରୀଙ୍କ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ ।

ଲର୍ଣ୍ଣର୍ସ ଲାଇସେନ୍ସ ଟେଷ୍ଟ ପାଇଁ କୋଭିଡ ଗାଇଡ ଲାଇନ୍‌କୁ କଡ଼ାକଡ଼ି ପାଳନ କରାଯିବ । ଏକା ସମୟରେ ୬ ଜଣ ପ୍ରାର୍ଥି ଟେଷ୍ଟ ଦେବେ । ଗହଳି ରୋକିବା ନେଇ ସବୁ ଆରଟିଓଙ୍କୁ ନିର୍ଦ୍ଦେଶ ରହିଛି । ଆବେଦନକାରୀଙ୍କ ଥର୍ମାଲ ସ୍କ୍ରିନିଂ ହେବ । କରୋନା ଲକ୍ଷଣ ଦେଖାଦେଲେ ଟେଷ୍ଟ ପାଇଁ ଅନୁମତି ମିଳିବ ନାହିଁ । କରୋନା ପରଠୁ ଆରଟିଓରେ ଗାଡି ସଂପର୍କିତ ସମସ୍ତ ଟେଷ୍ଟ ବନ୍ଦ ଥିଲା । ଗତ ୧୨ତାରିଖରୁ ସ୍ଲଟ ବୁକିଂ ଆରମ୍ଭ ହୋଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.