ଖୁବ୍‌ଶୀଘ୍ର ନୂଆ ଟାଇଗନ୍‌ କମ୍ପାକ୍ଟ ସାଇଜ ଏସ୍‌ୟୁଜି ଲଞ୍ଚ୍‌ କରିବ Volkswagen, ଟ୍ଵିଟ୍‌ କରି ଦେଲା ଅପ୍‌ଡେଟ୍‌

ଜର୍ମାନୀ କାର ନିର୍ମାତା କମ୍ପାନୀ ଭଲ୍କସ୍ୱାଗନ୍‌ ଭାରତୀୟ ବଜାରରେ ନିଜ ନୂଆ ଟାଇଗନ୍‌ କମ୍ପାକ୍ଟ ସାଇଜ୍‌ ଏସ୍‌ୟୁଭି ଲଞ୍ଚ୍‌ କରିବାକୁ ପ୍ରସ୍ତୁତି ଆରମ୍ଭ କରିଛି। ଏହି କାରର ଫଟୋକୁ କମ୍ପାନୀ ନିଜ ଅଫିସିଆଲ ଟ୍ଵିଟର ହ୍ୟାଣ୍ଡେଲରେ ସେୟାର କରିଛି। ଏହାକୁ କମ୍ପାନୀ ଖାସ୍‌ କରି ହ୍ୟୁଣ୍ଡାଇ କ୍ରେଟା ଓ କିଓ ସେଲ୍ଟୋସ୍‌ ବିପକ୍ଷରେ ବଜାରକୁ ଛାଡ଼ିବ।

‘ଭଲ୍କସ୍ୱାଗନ୍‌ ଟାଇଗନ୍‌’ କମ୍ପାନୀର ଇଣ୍ଡିଆ ୨.୦ ପ୍ରୋଜେକ୍ଟ ଅନ୍ତର୍ଗତ ଲଞ୍ଚ୍‌ କରାଯାଇଥିବା ପ୍ରଥମ ଉତ୍ପାଦ। ଏହି ଏସ୍‌ୟୁଭିକୁ କମ୍ପାନୀ ନିଜ ଅଫିସିଆଲ ୱେବ୍‌ସାଇଟ୍‌ରେ ମଧ୍ୟ ଅପଡେଟ୍‌ କରିଛି। ମାତ୍ର ଏନେଇ ଅଧିକ ସୂଚନା ମିଳିପାରିନାହିଁ।

volkswagen

ରିପୋର୍ଟ ମୁତାବକ ଏହି କାରକୁ ୨୦୨୧ ମସିହା ଆରମ୍ଭରେ ଲଞ୍ଚ୍‌ କରାଯିବ। ଏହି କାରରେ ସ୍ଲିକ୍‌ ହେଡ୍‌ଲ୍ୟାମ୍ପସ ଲଗାଯାଇଛି। ଏହାର ଫଗ ଲ୍ୟାମ୍ପ ଏରିଆର ଚାରିପଟେ କ୍ରୋମ୍‌ ଷ୍ଟ୍ରପ୍‌ ବ୍ୟବହାର କରାଯାଇଛି। ସ୍କିଡ୍‌ ପ୍ଲେଟ୍‌ ଏହାର ଲୁକ୍‌କୁ ଆହୁରି ବଢ଼ାଇ ଦେଇଛି। କୁହାଯାଉଛି ଏହି ଏସ୍‌ୟୁଭିରେ ଟର୍ବୋ ପେଟ୍ରୋଲ ଇଞ୍ଜିନ୍‌ ଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.