ମାଟି ଖୋଳୁ ଖୋଳୁ ବାହାରିଲେ ମହାଦେବ, ଗୋରାମାଟି ପଂଚାୟତ ଚକପୁର ଗାଁରେ ଅଲୌକିକ ଘଟଣା

ଭଦ୍ରକ (କେନ୍ୟୁଜ ବ୍ୟୁରୋ) : ମାଟି ଖୋଳୁ ଖୋଳୁ ବାହାରିଲେ ମହାଦେବ । ଏପରି ଅଲୌକିକ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ବ୍ଲକ ଗୋରାମାଟି ପଂଚାୟତର ଚକପୁର ଗାଁରେ । ପଂଚାୟତ ପଡିଆରେ ପାର୍କ ର୍ନିମାଣ ପାଇଁ ମାଟି ଖୋଳିବା ସମୟରେ ଟ୍ରାକ୍ଟର ମୁନରେ ଏକ ପଥରେ ବାଜିଥିଲା । ଏହା ପରେ ଏକ ମୂର୍ତ୍ତି ଦେଖିବାକୁ ପାଇଥିଲେ ଡ୍ରାଇଭର ।

ପରେ ଅଧିକ ଖୋଳିବାରୁ ମାଟି ତଳୁ ଏକ ବିରାଟ ଶିବଲିଙ୍ଗ ଏବଂ ପାର୍ଶ୍ୱମୂର୍ତ୍ତି ବାହାରିଥିଲା । ମୂର୍ତ୍ତି ଉଦ୍ଧାର ପରେ ଏବେ ସେଠାରେ ପୂଜା ପାଠ ଚାଲିଛି । ଘଟଣା ସ୍ଥଳରେ ଲୋକଙ୍କ ସମାଗମ ହେବା ସହ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.