ଇନଫୋସିଟି ନାବାଳିକା ଗଣଦୁଷ୍କର୍ମ ମାମଲାର ନୂଆ ମୋଡ: ସାମ୍ନାକୁ ଆସିଛି ନ୍ୟୁଜ ଚ୍ୟାନେଲର ଏମ୍‌ଡିଙ୍କ ସହ ପୀଡ଼ିତା ମା’ଙ୍କ ଫୋନ ବାର୍ତ୍ତାଳାପର ଅଡିଓ

ଭୁବନେଶ୍ବର: ଇନଫୋସିଟି ନାବାଳିକା ଗଣଦୁଷ୍କର୍ମ ମାମଲାର ନୂଆ ମୋଡ। ସାମ୍ନାକୁ ଆସିଛି ନ୍ୟୁଜ ଚ୍ୟାନେଲର ଏମ୍‌ଡିଙ୍କ ସହ ପୀଡ଼ିତା ମା’ଙ୍କ ଫୋନ ବାର୍ତ୍ତାଳାପର ଅଡିଓ । ତେବେ ସୂଚନା ଥାଉକି, ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷାଙ୍କୁ ଭେଟିବା ସହ ଅଭିଯୋଗ ପତ୍ର ଦେଇଛନ୍ତି ପୀଡ଼ିତାଙ୍କ ମାଆ । ପୀଡ଼ିତାଙ୍କ ଓକିଲ କହିଛନ୍ତି, ଘଟଣାରେ ଓଟିଭିର ୪ କର୍ମଚାରୀ ସାମିଲ ଅଛନ୍ତି । ଝିଅକୁ ଗଣଦୁଷ୍କର୍ମ ବିଷୟରେ ‘ଓଟିଭି ଏମ୍‌ଡି ଜଗୀ ପଣ୍ଡାଙ୍କୁ ଜଣାଯାଇଥିଲା । ଏମ୍‌ଡି ଜାଣିଶୁଣି ଚାପିବାକୁ ଉଦ୍ୟମ କରିଥିଲେ ବୋଲି ଅଭିଯୋଗ ହୋଇଛି ।

ସେହିପରି ତାଙ୍କ ନ୍ୟୁଜ ଚ୍ୟାନେଲରେ ପୀଡ଼ିତାଙ୍କ ମାଆ ମିଛ କହୁଥିବା ଖବର ପ୍ରସାରଣ କରାଯାଇଥିଲା ବୋଲି କୁହାଯାଇଛି । ଏମ୍‌ଡି ଜଗୀ ମଙ୍ଗତ ପଣ୍ଡାଙ୍କୁ ପରିସରଭୁକ୍ତ କରିବାକୁ କୁହାଯାଇଛି । ଏହା ପରେ ମହିଳା କମିଶନ ଅଧ୍ୟକ୍ଷା ମୀନତି ବେହେରା କହିଛନ୍ତି ଘଟଣାକୁ ଗୁରୁତ୍ୱର ସହ ନିଆଯାଇଛି । ବିଧିବଦ୍ଧ ତଦନ୍ତ ପାଇଁ DCPଙ୍କୁ କୁହାଯାଇଛି । ପୀଡ଼ିତାଙ୍କ ଅଭିଯୋଗର ପ୍ରମାଣ DCPଙ୍କୁ ଦିଆଯିବ । ୧୫ ଦିନ ଭିତରେ DCP ତଦନ୍ତ ରିପୋର୍ଟ ଦେବେ । ଅନ୍ଯପଟେ  ଜଗୀଙ୍କ ସହ ପୀଡ଼ିତା ମା’ଙ୍କ ଫୋନ ବାର୍ତ୍ତାଳାପର ପ୍ରମାଣ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷାଙ୍କୁ ମଧ୍ଯ ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.