ଭଦ୍ରକ: ସଙ୍ଗରୋଧ କେନ୍ଦ୍ରରେ ବୃଦ୍ଧଙ୍କ ମୃତ୍ୟୁକୁ ନେଇ ଆତଙ୍କ, ସ୍ୱାବ ପରୀକ୍ଷା ପରେ ଜଣାପଡିବ ପ୍ରକୃତ କାରଣ

ଭଦ୍ରକ(କେନ୍ଯୁଜ୍): ସଙ୍ଗରୋଧ କେନ୍ଦ୍ରରେ ବୃଦ୍ଧଙ୍କ ମୃତ୍ୟୁ। ସୂଚନା ମୁତାବକ ମୃତ ବ୍ଯକ୍ତି ଜଣକ ହେଉଛନ୍ତି ଭଣ୍ଡାରି ପୋଖରୀ ବ୍ଲକ ସରପଦା ଗ୍ରାମର ଦେବେନ୍ଦ୍ର ରାଉତ। ରିପୋର୍ଟ ଅନୁଯାୟୀ ସେ କଲିକତାରୁ ଫେରି ବୟାବଦାପୁର ସଙ୍ଗରୋଧ କେନ୍ଦ୍ରରେ ରହିଥିଲେ।

ଅନ୍ୟପଟେ ଆଜି ରାଜ୍ଯରେ ୫ମ କରୋନା ମୃତ୍ୟୁ । ରାଜ୍ୟକୁ ଆଉ ଏକ ଝଟକା ଦେଇଛି କରୋନା। ଯେଉଁଥିରେ ଆଉ ଜଣେ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଛି। ମୃତକ ଜଣଙ୍କ କଟକ ଜିଲ୍ଲାର ୭୫ ବର୍ଷୀୟ ବୃଦ୍ଧ। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି। ସେପଟେ ରାଜ୍ୟରେ ଗତ ୨୪ଘଣ୍ଟା ଭିତରେ ଆଉ ୧୦୨ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି।

ଏକା ସାଙ୍ଗରେ ଏତେ ମାତ୍ରାରେ ପଜିଟିଭ୍ ଚିହ୍ନଟ ହେବା ରାଜ୍ଯରେ ପ୍ରଥମ । ତେବେ ଏହାକୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୯୭୮କୁ ବୃଦ୍ଧି ପାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.