କୋଭିଡ-୧୯ ପାଇଁ ଦାନ କରି ଉଦାହରଣ ସୃଷ୍ଟି କଲେ ସଜା କାଟୁଥିବା ଦାରା ସିଂ, ଦେଲେ ବର୍ଷକର ରୋଜଗାର

କେନ୍ଦୁଝର(କେ.ନ୍ୟୁଜ): କରୋନା ପାଇଁ ଏବେ ସମସ୍ତେ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି। ବହୁ ଚର୍ଚ୍ଚିତ ଗ୍ରାହମ ଷ୍ଟେନ୍ସ ହତ୍ୟା ମାମଲାରେ ଗିରଫ ହୋଇ କେନ୍ଦୁଝର ଜେଲରେ ସଜା କାଟୁଛନ୍ତି ରବୀନ୍ଦ୍ର ପାଲ ଓରଫ ଦାରା ସିଂ ସହାୟତାର ହାତ ବଢ଼ାଇଛନ୍ତି। ଜେଲରେ ସଜା କାଟିବା ସମୟରେ ପାଇଥିବା ପାରିତୋଷିକକୁ ସେ କୋଭିଡ଼ ୧୯ ର ସହାୟତା ପାଇଁ ଦାନ କରିଛନ୍ତି।

dara

ଗତ ଏକ ବର୍ଷରେ ସେ ପାଇଥିବା ବାର ହଜାର ଟଙ୍କାକୁ କୋଭିଡ଼ ୧୯ରେ ଖର୍ଚ୍ଚ ପାଇଁ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ଛଅ ହଜାର ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରିଛନ୍ତି । ଏନେଇ ସେ ଜେଲ ଡିଜିଙ୍କ ନିକଟରେ ଆବେଦନ କରିଥିଲେ । ଜେଲ ଡିଜି ଏନେଇ ସହମତି ପ୍ରଦାନ କଲା ପରେ କେନ୍ଦୁଝର ଜେଲ ଅଧୀକ୍ଷକ ଦାରା ସିଂ ଙ୍କ ଓକିଲଙ୍କ ମାଧ୍ୟମରେ ଏହି ଅର୍ଥ ପ୍ରଦାନ କରିଥିଲେ । ଦାରା ସିଂ ଙ୍କ ଏହି ସହାୟତା ଅନ୍ୟ କଏଦୀ ମାନଙ୍କ ପାଇଁ ଉଦାହରଣ ପାଲଟିଛି।

keunjhar2

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.