ଘଣ୍ଟା ପ୍ରତି ୧୫କିମି ବେଗରେ ମାଡି ଆସୁଛି ବାତ୍ୟା ଅମ୍ଫନ୍, ଆଜି ରାତିରୁ ଆସନ୍ତାକାଲି ସନ୍ଧ୍ୟା ଯାଏ ସତର୍କ ରହିବାକୁ SRCଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ଦକ୍ଷିଣ ଓଡ଼ିଶାରେ ପ୍ରଭାବ ଦେଖାଇଲାଣି ମହାବାତ୍ଯା ଅମ୍ଫନ୍‌। ଏହାକୁ ନେଇ ଗଜପତିରେ ରହିଛି ଭୂସ୍ଖଳନର ଆଶଙ୍କା । ଗଜପତିରେ ଏଯାଏ ପାଖାପାଖି ୫୦୦ ଲୋକଙ୍କୁ ସ୍ଥାନାନ୍ତର କରାଯାଇସାରିଲାଣି। ଏନେଇ ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା। ଏହାସହ ଉତ୍ତର ଓଡ଼ିଶାରେ ୧୧୦-୧୨୦ କିମି ବେଗରେ ପବନ ବହିବ। ୧୫ଟି NDRF ଓ ୧୫ଟି ଓଡ୍ରାଫ୍‌ ଟିମ୍‌ ମୁତୟନ କରାଯାଇଥିବା SRC ସୂଚନା ଦେଇଛନ୍ତି। ସେହିପରି ମୁକାବିଲା ପାଇଁ ୨୧୭ଟି ଅଗ୍ନିଶମ ବାହିନୀ ଟିମ୍‌ ଓ ବନ ବିଭାଗ ପକ୍ଷରୁ ୭୫ଟି ଟିମ୍‌  ସଜାଗ ରହିଛନ୍ତି ।

rainfallତେବେ ଘଣ୍ଟା ପ୍ରତି ୧୫କିମି ବେଗରେ ଆସୁଛି ବାତ୍ୟା ଅମ୍ଫନ୍। ଯାହାଫଳରେ ଆଜି ରାତିରୁ ଆସନ୍ତାକାଲି ସନ୍ଧ୍ୟା ଯାଏ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ତେବେ କଚ୍ଚା ଘର, ଟାଇଲ୍‌ ଓ ଛପର ଘରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି । ପକ୍କା ଘରେ ରହୁଥିବା ଲୋକଙ୍କୁ ବାତ୍ୟା ସମୟରେ ଘରୁ ନବାହାରିବା ପାଇଁ ପରାମର୍ଶ ଦିଆଯାଇଛି । ଲୋକଙ୍କୁ ମୋବାଇଲ୍‌ ନମ୍ବର ଜରିଆରେ ମେସେଜ୍‌ ଦେଇ ସତର୍କ କରାଯାଉଥିବା ସ୍ୱତନ୍ତ୍ର ରିଲିଫ କମିଶନର ସୂଚନା ଦେଇଛନ୍ତି ।  ଆସନ୍ତାକାଲି ସକାଳୁ ସନ୍ଧ୍ୟା ଯାଏ ଭଦ୍ରକ,ବାଲେଶ୍ୱର,ଜଗତସିଂହପୁର ଓ କେନ୍ଦ୍ରାପଡ଼ାକୁ ମିଶାଇ ୬ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବ। ଭୁବନେଶ୍ୱରରେ ମଧ୍ଯ ବର୍ଷା ଆରମ୍ଭ ହୋଇଯାଇଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.