Below header

ଅମ୍ଫନ ପ୍ରଭାବରେ ଭୁବନେଶ୍ୱରରେ ଆରମ୍ଭ ହେଲା ବର୍ଷା

ପ୍ରଳୟଙ୍କରୀ ରୂପ ଧାରଣ କରି ସମୁଦ୍ରରେ ଆଗକୁ ବଢୁଛି ଅମ୍ଫନ । ବର୍ତ୍ତମାନ ପାରାଦୀପଠାରୁ ୪୨୦ କିଲୋମିଟର ଦୂରରେ ରହିଛି ଅମ୍ଫାନ । ତେବେ ଦୀଘାଠାରୁ ଦକ୍ଷିଣ-ଦକ୍ଷିଣ ପଶ୍ଚିମ ଦିଗକୁ ୭୨୦ କିଲୋମିଟର ଏବଂ ବାଂଲାଦେଶ କ୍ଷେପୁପଡ଼ା ଠାରୁ ଦକ୍ଷିଣ ଦକ୍ଷିଣ-ପଶ୍ଚିମ ଦିଗକୁ ୮୪୦ କିଲୋମିଟର ଦୂରରେ ରହିଛି । ସୂଚନା ମୁତାବକ, ଗତ ଘଣ୍ଟାକୁ ଧରି ଘଣ୍ଟା ପ୍ରତି ୧୭ କିଲୋମିଟର ବେଗରେ ସ୍ଥଳଭାଗ ମୁହାଁ ହେଉଛି ମହାବାତ୍ୟା ଅମ୍ଫନ।

barsha 1

ଏହାର ପ୍ରଭାବରେ ଭୁବନେଶ୍ୱରରେ ଧୀରେ ଧୀରେ ବର୍ଷା ଏବଂ ପବନ ଆରମ୍ଭ ହେଲାଣି। ଏଥିପାଇଁ ରାତିରୁ ଗତ କାଲି ସନ୍ଧ୍ୟା ଯାଏଁ ସତର୍କ ରହିବା ପାଇଁ ଏସଆରସି କହିଛନ୍ତି। ଏହାଛଡା ଏହାର ପ୍ରଭାବରେ ଦକ୍ଷିଣ ଓଡିଶାରେ ବର୍ଷାର ପରିମାଣ ବଢିଲାଣି। ପୂର୍ବ ନିର୍ଦ୍ଧାରିତ ଦିଗରେ ଗତି କରୁଛି ଅମ୍ଫନ। ଆସନ୍ତାକାଲି ସକାଳେ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର ଓ ମୟୂରଭଞ୍ଜରେ ପବନର ବେଗ ସର୍ବାଧିକ ଘଣ୍ଟାପ୍ରତି ୯୫ କିଲୋମିଟର ରହିପାରେ । ସମୟକ୍ରମେ ଏହା ବଢି ସର୍ବାଧିକ ୧୩୫ କିଲୋମିଟର ହୋଇପାରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.