Below header

ଜାଣନ୍ତୁ ଏକାନ୍ତବାସ ସମ୍ପର୍କରେ କ’ଣ କହିଥାଏ ପୁରାଣ

ପ୍ରାଚୀନ କାଳରେ ଅନେକ କାରଣରୁ ଏକାନ୍ତବାସ କରାଯାଇଥାଏ। ଆଧୁନିକ ଯୁଗରେ ମଧ୍ଯରେ ଏଭଳି କିଛି ଲୋକ ରହିଛନ୍ତି, ଯେଉଁମାନେ ଏକାନ୍ତବାସର ମହତ୍ବ ବୁଝିପାରି ଏକାନ୍ତକୁ ଚାଲିଯାଇଥାନ୍ତି। ପ୍ରାଚୀନ ଯୁଗରୁ ବର୍ତ୍ତମାନ ଯୁଗ ପର୍ଯ୍ଯନ୍ତ ଆମର ଅନେକ ସାଧୁ-ସନ୍ଥ ଏକାନ୍ତବାସରେ ରହିଥାନ୍ତି। ଏନେଇ ଅନେକ ପୁରାଣରେ ମଧ୍ଯ ଏକାନ୍ତବାସର ମହତ୍ତ୍ବ ସମ୍ପର୍କରେ ଉଲ୍ଲେଖ କରାଯାଇଛି। ଏକାନ୍ତବାସ ଯଦି ସୌଛିକ ହୋଇଥାଏ ତେବେ ମନୁଷ୍ଯ ପାଇଁ ସୁଖଦାୟୀ ହୋଇଥାଏ। ସେହି ଯଦି ଆପଣ ବାଧ୍ଯତାମୂଳକ କରିଥାନ୍ତି ତେବେ ଏହାର ଫଳ କଷ୍ଟଦାୟକ ହୋଇଥାଏ।

ଜାଣନ୍ତୁ ଏକାନ୍ତବାସ ଅର୍ଥ କ’ଣ?

meditationଏକାନ୍ତବାସର ଅର୍ଥ ହେଉଛି ଏକୁଟିଆ ହୋଇଯିବା କିନ୍ତୁ ଏହାର ସବୁଠାରୁ ଗଭୀର ଅର୍ଥ ହେଉଛି ଯେତେବେଳେ କୌଣସି ଜଣଙ୍କର ଅନ୍ତ ହୋଇଯାଏ ସେହି ସମୟରେ ଏକୁଟିଆ ଅନୁଭବ ହୋଇଥାଏ। ଏହାର ଅର୍ଥ ଅନୁଯାୟୀ ଜୀବନ ବହୁତ କଠିନ। ଏହିକାରଣରୁ ପ୍ରଚଳିତ ଅର୍ଥ ଅନୁଯାୟୀ ଏହାର ଅର୍ଥ ହେଉଛି ଏକୁଟିଆ ହୋଇଯିବା।

ଏକାନ୍ତବାସରେ ରହିବା ଦ୍ବାରା କଣ ଲାଭ ମିଳିଥାଏ

beachଭିଡରେ ନୁହେଁ ବରଂ ଏକାନ୍ତରେ ହିଁ ବ୍ଯକ୍ତି ନିଜ ସହ ସାକ୍ଷାତ କରିପାରିଥାଏ। ଏକୁଟିଆ ରହିବା ଦ୍ବାରା ଆମେମାନେ ନିଜର ବ୍ଯସ୍ତ ବହୁଳ ଜୀବନକୁ କିଛି ସମୟ ବ୍ରେକ ଦେଇ ନିଜ ଜୀବନର ସମୀକ୍ଷା କରିପାରିଥାଉ। ଏକାନ୍ତରେ ରହି ମଧ୍ଯ ବ୍ଯକ୍ତି ନିଜର ଆକଳନ କରିପାରିଥାଏ। ଏକାନ୍ତରେ ରହିବା ଦ୍ବାରା ପାଞ୍ଚ ଇନ୍ଦ୍ରିୟର ତୃଷ୍ଣା ବୁଝିପାରି ମୋକ୍ଷ ଆଡକୁ ପାଦ ବଢେଇ ପାରିବେ। ଏଥିସହ ପ୍ରାଚୀନ ଭାରତୀୟ ଯୁଗରେ ଏଭଳି ପ୍ରଚଳନ ଥିଲା, ଯାହା ଦ୍ବାରା ବ୍ଯକ୍ତି ନିଜର ଆଧ୍ଯାତ୍ମିକ ଉନ୍ନତି ପାଇଁ ବନବାସ ଚାଲିଯାଇଥାନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.