ଭୁବନେଶ୍ୱର କମିଶନରେଟ ପୋଲିସର ଜଣେ କର୍ମଚାରୀ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର(କେନ୍ଯୁଜ୍): ଭୁବନେଶ୍ୱର କମିଶନରେଟ ପୋଲିସର ଜଣେ କର୍ମଚାରୀ କରୋନା ସଂକ୍ରମିତ ଚିହ୍ନଟ । ତାଙ୍କର ବୟସ ୩୬ ବର୍ଷ । ତାଙ୍କ ଠାରେ କରୋନାର କୌଣସି ଲକ୍ଷଣ ପ୍ରକାଶ ପାଇନଥିଲା । ତେବେ ଛୁଟିରୁ ଫେରିବା ପରେ ପ୍ରତିଷେଧମୂଳକ ବ୍ୟବସ୍ଥା ସ୍ୱରୂପ ଟେଷ୍ଟ କରାଯାଇଥିଲା ।

policeସୂଚନା ମୁତାବକ ରିପୋର୍ଟ କରୋନା ପଜିଟିଭ ବାହାରିଥିବାରୁ ତାଙ୍କୁ ଚିକିତ୍ସା ପାଇଁ କୋଭିଡ କେୟାର ସେଣ୍ଟରରେ ଭର୍ତ୍ତି କରାଯାଇଛି । ସଂପୃକ୍ତ କମିଶନରେଟ ପୋଲିସ କର୍ମଚାରୀ ଜଣଙ୍କ ପ୍ରବାସୀ ଶ୍ରମିକଙ୍କ ସଂସ୍ପର୍ଶରେ ଆସିଥିବା କୁହାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.