ଦମ୍‌ ଦେଖାଇଲେ ଅଗ୍ନିଶମ ବିଭାଗ କର୍ମଚାରୀ, ୧୨୦ ଫୁଟ୍‌ ଉଚ୍ଚ ଇଲେକ୍ଟି୍ର ଟାଓ୍ଵାରରେ ଚଢିଥିବା ବ୍ୟକ୍ତିଙ୍କୁ କଲେ ଉଦ୍ଧାର

ନୂଆପଡା (କେନ୍ଯୁଜ୍): ଦମ୍‌ ଦେଖାଇଲେ ନୂଆପଡା କୋମନା ଅଗ୍ନିଶମ ବିଭାଗ କର୍ମଚାରୀ । ୧୨୦ ଫୁଟ୍‌ ଉଚ୍ଚ ଇଲେକ୍ଟି୍ର ଟାଓ୍ଵାରରେ ଚଢିଥିବା ବ୍ୟକ୍ତିଙ୍କୁ ଉଦ୍ଧାର କରାଯାଇଛି । ଉଦ୍ଧାର ହୋଇଥିବା ବ୍ୟକ୍ତିଙ୍କ ନାଁ ସନ୍ତୋଷ ଅହିର । ତାଙ୍କ ବୟସ ୨୫ ବର୍ଷ । ଜଣେ ଯୁବକ ବିଦ୍ୟୁତ ଟାଓ୍ଵାରରେ ଚଢ଼ି ଯାଇଥିବା ଦେଖିବାକୁ ମିଳିଥିଲା ।

ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲେ ଅଗ୍ନିଶମ ବାହିନୀ କର୍ମଚାରୀ । ଟାଓ୍ଵାର ଉପରକୁ ଉଠିଥିଲେ । ସତର୍କତାର ସହ ଯୁବତଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରି ତଳକୁ ଆଣିଥିଲେ । ସ୍ଥାନୀୟ ଲୋକ ବିଦ୍ୟୁତ ସରବରାହକୁ ବନ୍ଦ କରିଦେବାରୁ ବଞ୍ଚାଯାଇଥିଲା ଯୁବକଙ୍କ ଜୀବନ । ଅଗ୍ନିଶମ ବାହିନୀର ଏଭଳି କାମକୁ ଚାରିଆଡୁ ପ୍ରଶଂସା କରାଯାଉଛି । ସଂପୃକ୍ତ ଯୁବକଙ୍କ ମାନସିକ ଅବସ୍ଥା ଠିକ୍‌ ନଥିବା ସୂଚନା ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.