ମାଲକାନିଗିରିରେ ପୁଣି ମାତିଲେ ମାଓବାଦୀ, ପ୍ରଜାକୋର୍ଟରେ ଦେଲେ ମୃତ୍ୟୁଦଣ୍ଡ

ମାଲକାନିଗିରି(କେନ୍ଯୁଜ୍): ମାଲକାନିଗିରି ପୁଣି ମାତିଲେ ମାଓବାଦୀ । ପ୍ରଜାକୋର୍ଟରେ ଦେଲେ ମୃତ୍ୟୁଦଣ୍ଡ । ମାଲକାନିଗିରି ଜିଲ୍ଲା ମହୁପଦର କେରିମିଟି ଗାଁରେ ପ୍ରଜାକୋର୍ଟରେ ଜଣଙ୍କୁ ହତ୍ୟା କରିଛନ୍ତି ମାଓବାଦୀ । ମୃତକ ହେଲେ ଆନନ୍ଦ । ଗତ ଗୁରୁବାର ଦିନ ଆନନ୍ଦଙ୍କୁ ଘରୁ ଡାକି ନେଇଥିଲେ ମାଓବାଦୀ ।
ଶୁକ୍ରବାର ଦିନ ନିସ୍ତୁକ ମାଡ ମାରିବା ସହ ଶନିବାର ପ୍ରଜାକୋର୍ଟରେ ମୃତ୍ୟୁଦଣ୍ଡ ଦେଇଥିଲେ । ହତ୍ୟା ପରେ ମୃତଦେହକୁ ଜାଳିଦେଇଥିବା ଜଣାପଡିଛି । ଘଟଣା ସମ୍ପର୍କରେ ଜାଣିବା ପରେ ତଦନ୍ତ କରୁଛି ପୋଲିସ।