ମାନବ ସେବା ହିଁ ମାଧବ ସେବା: ଏମିତି ଜଣେ ବ୍ଯକ୍ତି ଯିଏ ଟ୍ୱିଟ୍ କରି କରୁଛନ୍ତି ଲୋକଙ୍କ ସମସ୍ୟାର ସମାଧାନ

ଲୋକଙ୍କ ସମସ୍ୟା ଦେଖିଲେ ତରଳି ଯାଏ ତାଙ୍କ ହୃଦୟ। ଉଚ୍ଚପଦସ୍ତ ଅଧିକାରୀଙ୍କୁ ଲୋକଙ୍କ ସମସ୍ୟା ବିଷୟରେ ଅବଗତ କରାଇବା ପାଇଁ ସେ ତିଳେ ମାତ୍ର ଡେରି କରନ୍ତି ନାହିଁ। ଏଥିପାଇଁ ସେ ଆପଣେଇଛନ୍ତି ମାଇକ୍ରୋ ବ୍ଲଗିଂ ସାଇଟ୍‌ ଟ୍ୱିଟର। ସେ ହେଉଛନ୍ତି ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ମହୁରୁଣ୍ଡି ଗାଁର ଯୁବ ସମାଜସେବୀ ରୂପେନ୍ଦ୍ର ମୁଣ୍ଡା।

ପାଟଣାଗଡ(କେନ୍ୟୁଜ):  ଏବେକା ସମୟରେ ଲୋକଙ୍କ ହୃଦୟରୁ ଯେମିତି ମାନବିକତା ସମ୍ପୂର୍ଣ୍ଣ ରୂପେ ମରିଗଲାଣି । ସ୍ୱାର୍ଥ ଟିକକ ହାସଲ କରିବା ପାଇଁ ମଣିଷ ଯେତେ ତଳକୁ ଖସିବା ପାଇଁ ବି ପଛାଉ ନାହିଁ । କିନ୍ତୁ ଯଦି ଆମେ କହିବା ଏଦୁନିଆରେ ଭଲ ଲୋକ ଆଦୌ ବି ନାହାନ୍ତି କେବଳ ଖରାପ ଲୋକ ହିଁ ଭର୍ତ୍ତି ହୋଇଛନ୍ତି ତେବେ ତାହା ହୁଏତ ଭୁଲ ହୋଇଯିବ । ଏବେ ବି ଏମିତି କିଛି ଲୋକ ଅଛନ୍ତି, ଯେଉଁମାନେ ନିସ୍ଵାର୍ଥପର, ଲୋଭ ଟିକକ ଯେମିତି ତାଙ୍କ ରକ୍ତରେ ନାହିଁ । ଲୋଭ ମୋହ ମାୟା ଠାରୁ କାହିଁ କେତେ ଦୂରରେ ଏମାନେ । ଏମିତି ହିଁ ଏକ ଘଟଣା ସାମ୍ନାକୁ ଆସିଛି । ଯାହାଙ୍କ ପାଇଁ ମାନବ ସେବା ହିଁ ମାଧବ ସେବା ପାଲଟିଛି। ଏହାକୁ ସେ ଜୀବନର ମୂଳ ମନ୍ତ୍ର ଭାବେ ଧରି ନେଇଛନ୍ତି ।

ଲୋକଙ୍କ ସମସ୍ୟା ଦେଖିଲେ ତରଳି ଯାଏ ତାଙ୍କ ହୃଦୟ। ଉଚ୍ଚପଦସ୍ତ ଅଧିକାରୀଙ୍କୁ ଲୋକଙ୍କ ସମସ୍ୟା ବିଷୟରେ ଅବଗତ କରାଇବା ପାଇଁ ସେ ତିଳେ ମାତ୍ର ଡେରି କରନ୍ତି ନାହିଁ। ଏଥିପାଇଁ ସେ ଆପଣେଇଛନ୍ତି ମାଇକ୍ରୋ ବ୍ଲଗିଂ ସାଇଟ୍‌ ଟ୍ୱିଟର। ସେ ହେଉଛନ୍ତି ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ମହୁରୁଣ୍ଡି ଗାଁର ଯୁବ ସମାଜସେବୀ ରୂପେନ୍ଦ୍ର ମୁଣ୍ଡା ।

man

ରୂପେନ୍ଦ୍ର ଥରେ ନୂଆପଡା ଡାକ୍ତରଖାନାରେ ଜଣେ ରୋଗୀ ଅବହେଳିତ ହେଉଥିବାର ଦେଖି ପ୍ରଥମ ଟ୍ୱିଟ୍ କରିଥିଲେ। ଆଉ ଏହି ଟ୍ୱିଟ୍ ସାଙ୍ଗେ ସାଙ୍ଗେ ଉଚ୍ଚ କର୍ତ୍ତୃପକ୍ଷ ପଦକ୍ଷେପ ନେଇଥିଲେ। ଯାହା ପରେ ତାଙ୍କ ମନରେ ଉତ୍ସାହ ବଢିଥିଲା ଏଥିପ୍ରତି। ସେହିଦିନୁ ଉପାନ୍ତ ଅବବହେଳିତ ଅଞ୍ଚଳର ଲୋକଙ୍କ ବିଭିନ୍ନ ସମସ୍ୟା ନେଇ ସେ ପାଖାପାଖି ଦୁଇହଜାର ଟ୍ୱିଟ କରି ହଜାରେ ରୁ ଊର୍ଦ୍ଧ୍ବ ଲୋକଙ୍କୁ ସରକାରୀ ସେବା ଯୋଗାଇ ପାରିଥିବାରୁ ବେଶ୍ ଖୁସି ଅଛନ୍ତି ଯୁବ ସ୍ବେଛାସେବୀ ଟ୍ୱିଟର ମ୍ଯାନ୍ ରୁପେନ୍ଦ୍ର ମୁଣ୍ଡା

ଅସହାୟଙ୍କ ନିକଟରେ ଉପଯୁକ୍ତ ସାହାର୍ଯ୍ଯ ଯୋଗାଇ ଦେବାକୁ ଯେମିତି ଅଣ୍ଟା ଭିଡିଛନ୍ତି ରୂପେନ୍ଦ୍ର। ଟ୍ୱିଟ କରି ଲୋକଙ୍କ ସମସ୍ୟା ସମ୍ପର୍କରେ ଅବଗତ କରାଇବା ସହିତ ସମାଧାନର ବାଟ ମଧ୍ଯ ବାହାର କରୁଛନ୍ତି । ତାଙ୍କର ଏହି କାର୍ଯ୍ଯକୁ ନେଇ ସେ ଏବେ ସବୁଠି ପ୍ରଶଂସାର ପାତ୍ର ହୋଇପାରିଛନ୍ତି ।

 

Leave A Reply

Your email address will not be published.